Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

ମୌସୁମୀ ଆସିବା ପରେ ଚାଷ କାମ ଆରମ୍ଭ କରିଛି ଚାଷୀ, ସରକାର ଯୋଗାଉଥିବା ବିହନ ନିମ୍ନମାନର ହୋଇଥିବାରୁ ଏବେ ଚାଷୀଙ୍କ ମୁଣ୍ଡରେ ପଡିଛି ଚଡକ

30/06/2019 at 5:29 PM

ଡେଲାଙ୍ଗ ୩୦।୬: ମୌସୁମୀ ଆସିବା ପରେ ଚାଷୀମାନେ କାର୍ଯ୍ୟ ଆରମ୍ଭ କରି ଦେଇଥିବାବେଳେ ଏବେ ସେମାନଙ୍କୁ ଘାରିଛି ବିହନ ଚିନ୍ତା । ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ବିହନ ନିମ୍ନମାନର ହୋଇଥିବାରୁ ଏବେ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । 

ପୁରୀ ଜିଲ୍ଲାର ଡ଼େଲାଙ୍ଗ ଅଂଚଳ ଏକ ଚାଷୀ ଅଂଚଳ । ଲୋକମାନେ ମୁଖ୍ୟତଃ  ଚାଷ ଉପରେ ନିର୍ଭର କରିଥାନ୍ତି । ଏବେ ଚାଷବାସ କରିବାର ସମୟ ଆରମ୍ଭ ହୋଇଗଲାଣି । ଲଘୁଚାପ ହେଉ ଅଥବା ମୈ।ସୁମୀର ବର୍ଷ।କୁ ଦେଖି ଚାଷୀ ତାର ସାଥୀ ବଳଦଙ୍କୁ ଧରି ମାଟିରେ ମାଟି ହୋଇ ସୁନାର ଫସଲ ଫଳାଇବା ପାଇଁ କାଦୁଅ ଆରମ୍ଭ କରି ସାରିଲାଣି । ଏହାପରେ ତାର ଦରକାର ପଡ଼ିଥାଏ ଉଚିତ ବିହନର ।

ତେବେ ଚାଷୀ ସେବା ସମବାୟ ସମିତି ଠାରୁ ବିହନ ଆଣି ଚାଷ କରିବା ପାଇଁ ପ୍ରସ୍ତୁତି କରିଥିବାବେଳେ ତାକୁ ଏବେ ଧୋକ୍କା ଦେଇଛି ବିହନ । ଏଭଳି ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକର ଇନ୍ଦିପୁରରେ । ଯେଉଁ ଅଂଚଳର ଚାଷୀମାନେ ଚାଷ କରିବା ପାଇଁ ସେବା ସମବାୟ ସମିତିରୁ ପୂଜା, ଶାରଳା, ମସୁରୀ, ଆଡ଼ଜେଲ, ସ୍ବର୍ଣ୍ଣ ସବ୍-୦୧ ଆଦି ବିଭିନ୍ନ ପ୍ରକାରର ବିହନକୁ ୨୦ କିଲୋ ପ୍ୟାକେଟ୍ ପ୍ରତି ୪୦୦ ଟଙ୍କା ଦେଇ କିଣିବା ପରେ ତାକୁ ଚାଷ କରିବାପ ।ଇଁ ନେଇଥିଲେ । ତେବେ ଏହା ସମ୍ପୂର୍ଣ୍ଣ ନଷ୍ଟ ହେବା ସହିତ କଳା ପଡ଼ିଯାଇଛି । ଯାହାକୁ ନେଇ ଚାଷୀଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । 

ଗତ ମହାବାତ୍ୟା ଫନିରେ ଏହି ବିହନକୁ ପିପିଲି ବିହନ ସଂରକ୍ଷଣ କେନ୍ଦ୍ରରେ ରଖା ଯାଇଥିଲା । ତେବେ ଘରର ଆଜବେଷ୍ଟସ ଉଡ଼ିଯିବା ଫଳରେ ବିହନ ଗୁଡିକ ଖରାପ ହୋଇଯାଇଥିଲା । ସେହି ସମୟର ଓଦା ବିହନକୁ ଏବେ ଚାଷ କରିବ। ପାଇଁ ଚାଷୀମାନଙ୍କୁ ସେବା ସମବାୟ ସମିତି ପ୍ରଦାନ କରୁଛି । ସେପଟେ ଏହାକୁ ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ସମବାୟ ସମିତିର ସମ୍ପାଦକ । ଚାଷୀମାନଙ୍କ ଠାରୁ ବିହନକୁ ପୁନର୍ବ।ର ସଂଗ୍ରହ କରୁଛନ୍ତି । ସେପଟେ ଚାଷୀମାନେ ନେଇଥିବା ବିହନକୁ ଫେରାନ୍ତୁ ପରବର୍ତ୍ତି ପର୍ଯ୍ୟ।ୟରେ ନୂତନ ବିହନ ଆସିଲେ ସେମାନଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ଡ଼େଲାଙ୍ଗ ସହକାରୀ କୃଷି ଅଧିକାରୀ ।

ଚାଷୀଙ୍କ ଆବଶ୍ୟକ ହେଉଥିବା ବିହନର ଏଭଳି ଅବସ୍ଥା ଦେଖିଲେ ଚାଷ କାର୍ଯ୍ୟ କିପରି ହେବ ତାହା ଏବେ ପ୍ରଶ୍ନବାଚୀ ।

   Related Posts