ଡେରାଡୁନରୁ ଦିଲ୍ଲୀକୁ ନିର୍ମାଣ ହେବ ଏକ୍ସପ୍ରେସୱେ: ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିବେ ଯାତ୍ରୀ

Published By : Prameya-News7 Bureau | January 10, 2021 IST

ନୂଆଦିଲ୍ଲୀ ୧୦/୦୧ : ମାତ୍ର ଅଢେଇ ଘଣ୍ଟାରେ ପହଞ୍ଚିବେ ଦିଲ୍ଲୀରୁ ଡେରାଡୁନ। ଭାରତୀୟ ବନ୍ୟଜନ୍ତୁ ବୋର୍ଡ ଡେରାଡୁନ-ଦିଲ୍ଲୀ ଏକ୍ସପ୍ରେସୱେ ପ୍ରକଳ୍ପକୁ ସବୁଜ ପତାକା ଦେଖାଇଛନ୍ତି। ୧୮୦ କିଲୋମିଟରର ଏହି ଏକ୍ସପ୍ରେସୱେ ନିର୍ମାଣ ହେବାପରେ ଡେରାଡୁନରୁ ଦିଲ୍ଲୀ ଯିବାକୁ ଅଧିକ ସମୟ ଲାଗିବନି। ଏହି ଏକ୍ସପ୍ରେସୱେ ଡେରାଡୁନରୁ ସହାରନପୁର,ଶାମଲି, ବାଗପତ ଦେଇ ଦିଲ୍ଲୀ ସହ ଯୋଡିହେବ।

{"id":390214,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଡେରାଡୁନ-ଦିଲ୍ଲୀ ଏକ୍ସପ୍ରେସୱେ ପାଇଁ ପ୍ରଶାସନ ଗତ ବର୍ଷ ଜାନୁଆରୀରେ ମଞ୍ଜୁରୀ ଦେଇଥିଲା। ସେତେବେଳେ ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ (NHAI) ର ତତ୍କାଳୀନ ଚେୟାରମ୍ୟାନ ଏସଏସ ସଂଘୁ କହିଥିଲେ ଯେ ଏହା ଏକ ଏଲିଭେଟେଡ଼ ରୋଡ୍ ହେବ। ଏଥିରେ କିଛି କ୍ଷେତ୍ର ରାଜାଜି ପାର୍କ ଓ କିଛି କ୍ଷେତ୍ର ଉତ୍ତର ପ୍ରଦେଶର ବନ କ୍ଷେତ୍ରର ରହିଛି। ଏହାକୁ ଦୃଷ୍ଟିରେ ରଖି NHAI ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାବତଙ୍କ ଭାରତୀୟ ବନ୍ୟଜନ୍ତୁ ବୋର୍ଡ ଠାରୁ ସହମତି ପାଇଁ ଅନୁରୋଧ କରିଥିଲେ।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ମୁଖ୍ୟ ବନ୍ୟଜନ୍ତୁ ଅଭିଭାବକ ଜେଏସ ସୁହାଗ କହିଛନ୍ତି ଯେ ନିକଟରେ ଭାରତୀୟ ବନ୍ୟଜନ୍ତୁ ବୋର୍ଡର ବୈଠକରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ ଅନୁସାରେ ଡେରାଡୁନର ନିକଟସ୍ଥ ଡାଟକାଳୀ ମନ୍ଦିର ନିକଟରେ ରାଜ୍ୟର ସୀମାରେ ସୁଡ଼ଙ୍ଗ ମଧ୍ୟ ନିର୍ମାଣ କରାଯିବ।

{"id":390215,"sizeSlug":"large","linkDestination":"none"}

ସୂଚନା ଅନୁଯାୟୀ, ଏହି ଏକ୍ସପ୍ରେସୱେ ନିର୍ମାଣ ପାଇଁ ଉତ୍ତର ପ୍ରଦେଶର ଗଣେଶପୁରରୁ ଆରମ୍ଭ କରି ଡେରାଡୁନ ମଧ୍ୟରେ ପାଖାପାଖି ୨୦ କିଲୋମିଟର ପରିଧିରେ ବନ୍ୟଜନ୍ତୁ ବୋର୍ଡର ସହମତି ଆବଶ୍ୟକ ଥିଲା। ଏହି ଅଂଶ ରାଜାଜି ଟାଇଗର ପାର୍କ ଏବଂ ଶିବାଜୀ ହାତୀ ପାର୍କର। ଏହି ଅଂଶରେ ଶାଳ ଜଙ୍ଗଲ ମଧ୍ୟ ଅଛି ଏବଂ ପାଖାପାଖି ୨ ହଜାର ଶାଳ ଗଛ ମଧ୍ୟ କଟାଯାଇପାରେ ବୋଲି ଅନୁମାନ କରାଯାଉଛି।

{"id":390218,"sizeSlug":"large","linkDestination":"none"}

ଶିବଲିକ କ୍ଷେତ୍ରରେ ଶାଳ ଗଛଗୁଡିକୁ କାଟିବାକୁ ନେଇ ପରିବେଶବିତ ଚିନ୍ତା ଜାହିର କରିଛନ୍ତି। ପରିବେଶବିତ କହିଛନ୍ତି ଯେ ଶାଳ ଗଛ ବଢିବାକୁ ଅଧିକ ସମୟ ଲାଗିଥାଏ। ବନବିଭାଗ ଅନୁଯାୟୀ, ଭାରତୀୟ ବନ୍ୟଜନ୍ତୁ ବୋର୍ଡ ସର୍ବନିମ୍ନ କ୍ଷତି ଆଧାରରେ ଏହି ପ୍ରକଳ୍ପ ପାଇଁ ମଞ୍ଜୁରୀ ଦେଇଛି। ଏକ୍ସପ୍ରେସୱେକୁ ଦିଲ୍ଲୀ-ଡେରାଡୁନ ସଂଯୋଗ ଦୃଷ୍ଟିରୁ ସରକାର ମହତ୍ତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଏହି ମାମଲାରେ ଉତ୍ତରାଖଣ୍ଡ ଜଙ୍ଗଲ ମନ୍ତ୍ରୀ ହରକ ସିଂହ କହିଛନ୍ତି ଯେ ଏକ୍ସପ୍ରେସୱେ ଦିଲ୍ଲୀ-ଡେରାଡୁନ ମଧ୍ୟରେ ସଡକ ମାର୍ଗ ଦେଇ ଯାତାୟାତ ସହଜ ହେବ। ଏହା ରାଜ୍ୟ ପାଇଁ ବରଦାନ ପ୍ରମାଣିତ ହେବ। ପରିବେଶ ଯେପରି ବହୁ କମ ପରିମାଣରେ କ୍ଷତି ହେବ ସେଥି ପ୍ରତି ଦୃଷ୍ଟି ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.