Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବୁଧବାର ମୁଖ୍ଯ ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ
  • ||
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ମୁଖ୍ଯ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ
  • ||
  • ଆଠଗଡ : ଟାୟାର ଫାଟି ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ
  • ||
  • ବାଲେଶ୍ବର : ସୋସିଆଲ୍ ମିଡିଆରେ ସ୍ତ୍ରୀର ଉଲଗ୍ନ ଫଟୋ : ସ୍ବାମୀକୁ ଗିରଫ କରି ଦଫା ଲଗାଇଛି ପୋଲିସ, ଅଭିଯୁକ୍ତ କହୁଛି- ମୁଁ ଅପଲୋଡ୍ କରିନି
  • ||
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||

ଡେରାଡୁନ-ହରିଦ୍ୱାର-ଋଷିକେଶ ମାର୍ଗରେ ଆରମ୍ଭ ହେଲା ରାଜ୍ୟର ସବୁଠାରୁ ଦୀର୍ଘ ଫ୍ଲାଏଓଭର୍

20/01/2021 at 3:11 PM

ଡେରାଡୁନ ୨୦/୦୧ : ଉତ୍ତରାଖଣ୍ଡର ଡେରାଡୁନ-ହରିଦ୍ୱାର-ଋଷିକେଶ ମାର୍ଗରେ ବର୍ତ୍ତମାନ ଯାତ୍ରା କରିବା ସହଜ ହୋଇଯିବ। ବୁଧବାର ଦିନ ହରିପୁରକଲା ଫ୍ଲାଏଓଭରରେ ଯିବାଆସିବା ଆରମ୍ଭ ହୋଇଛି। ଫଳରେ ଏହି ମାର୍ଗରେ ପଡୁଥିବା ମୋତିଚୁର ରେଲୱେ କ୍ରସିଂ ଫାଟକରେ ହେଉଥିବା ଜାମର ବି ସାମ୍ନା କରିବାକୁ ପଡ଼ିବନି। ଏହି ଫ୍ଲାଏଓଭରର ଦୈର୍ଘ୍ୟ ୨ କିଲୋମିଟର। ଏହା ରାଜ୍ୟର ସବୁଠାରୁ ଦୀର୍ଘ ଫ୍ଲାଏଓଭର।

ଏହି ଫ୍ଲାଏଓଭର୍ ଜରିଆରେ ଋଷିକେଶ ଚେକପୋଷ୍ଟ ଦେଇ ହରିପୁରକଲା ବଜାର, ରାଜାଜି ଟାଇଗର୍ ରିଜର୍ଭ ପାର୍କର ପ୍ରବେଶ ଫାଟକ, ସୁଖୀ ନଦୀ ସହ ଜଙ୍ଗଲ ଏରିଆ ପାର କରି ରାଜାଜି ପାର୍କ ମଧ୍ୟରେ ବନ କ୍ଷେତ୍ରରେ ତିନି ମୋରି ପୋଲ ଯାଏଁ ପହଞ୍ଚି ହେବ।

ହାଇୱେ ପ୍ରଶାସନ ତରଫରୁ ଦିନେ ପୂର୍ବରୁ ସମସ୍ତ ପ୍ରସ୍ତୁତି ନେଇ ଟ୍ରାଏଲ୍ କରାଯାଇଥିଲା। ଏହାପରେ ଫ୍ଲାଏଓଭର୍ ଖୋଲାଯାଇଥିଲା। ଏହି ଫ୍ଲାଏଓଭର୍ ଖୋଲିବା ଯୋଗୁଁ ଏହି ରାସ୍ତା ଦେଇ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଆଶ୍ବସ୍ତି ମିଳିବ। ଆଗରୁ ଏହି ଅଞ୍ଚଳରେ ବହୁତ ଜାମ୍ ରହୁଥିଲା। ଯାହାଫଳରେ ଲୋକଙ୍କୁ ନାନା ସମସ୍ୟା ହେଉଥିଲା ଏବଂ ନିଜ ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବାରେ ବି ବିଳମ୍ବ ହେଉଥିଲା। କିନ୍ତୁ ବର୍ତ୍ତମାନ ଏହି ଫ୍ଲାଏଓଭର୍ ଜରିଆରେ ଲୋକେ ନା କେବଳ ଟ୍ରାଫିକ୍ ମୁକ୍ତ ଯାତ୍ରା କରିପାରିବେ ବରଂ ଠିକ୍ ସମୟରେ ନିଜ ଗନ୍ତବ୍ୟ ସ୍ଥଳରେ ବି ପହଞ୍ଚି ପାରିବେ।

   Related Posts