Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଦେହଜୀବୀ ଆଣିଲେ ଯୌନ ନିର୍ଯାତନା ଅଭିଯୋଗ : ଲକ୍ଷାଧିକ ଡଲାର କ୍ଷତିପୂରଣ ନିର୍ଦ୍ଦେଶ ଦେଲେ ମାନବାଧିକାର ଆୟୋଗ

15/12/2020 at 3:02 PM

ନୂଆଦିଲ୍ଲୀ,୧୫/ ୧୨:   ନ୍ୟୁଜିଲାଣ୍ଡରେ ଜଣେ ଦେହଜୀବୀଙ୍କୁ ଯୌନ ନିର୍ଯାତନା ଦେବା ଜନୈକ ବ୍ୟବସାୟୀଙ୍କୁ ମହଙ୍ଗା ପଡିଛି । ଦେଶର ମାନବ ଅଧିକାର ଆୟୋଗ ପୀଡିତାଙ୍କୁ ଲକ୍ଷାଧିକ ଡଲାରର କ୍ଷତିପୂରଣ ଦେବାକୁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୀଡିତାଙ୍କ ଉଭୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ରୋଜଗାରରେ ହାନି ପହଁଚାଇବା ପାଇଁ ଏହି ଦଣ୍ଡ ଦିଆଯାଇଛି ।

ମାନବ ଅଧିକାର ଆୟୋଗର ନିର୍ଦ୍ଦେଶକ ମିଚେଲ୍ ଟିମିନସ୍ କହିଛନ୍ତି ଯେ, ପୀଡିତାଙ୍କୁ ବ୍ୟବସାୟୀଜଣଙ୍କ କର୍ମକ୍ଷେତ୍ରରେ ନିର୍ଯାତନା ଦେଇଥିଲେ । ଏହା ମୌଳିକ ଅଧିକାରର ହନନ ଅଟେ । ତେବେ ପୀଡିତାଙ୍କ ପରିଚୟକୁ ଗୋପନ ରଖାଯାଇଛି । ଦେହଜୀବୀ ଭାବେ ରୋଜଗାର କରୁଥିବା ସମସ୍ତ କର୍ମୀଙ୍କୁ ସମ୍ମାନ ମିଳିବା ଉଚିତ । ପୀଡିତାଜଣଙ୍କ ୨୦୧୪ରେ ଏନେଇ ମାନବାଧିକାର ଆୟୋଗରେ ଦ୍ୱାରସ୍ଥ ହୋଇଥିଲେ । କୌଣସୀ ଦେହଜୀବୀଙ୍କୁ ତାଙ୍କ ସମ୍ମାନରେ ଆଞ୍ଚ୍ ଆସିବା ଭଳି କିଛି କହିବା ଉଚିତ ନୁହେଁ । ଏପରିକି ଅପଶବ୍ଦ ପ୍ରୟୋଗ ମଧ୍ୟ କରିବା ଅନୁଚିତ ।

ମଙ୍ଗଳବାର ଦେହଜୀବୀଙ୍କୁ ନ୍ୟାୟ ମିଳିଛି । ଯାହା ଅନ୍ୟ ଦେହଜୀବୀଙ୍କ ପାଇଁ ଏକ ଉଦାହରଣ ଭଳି । ନ୍ୟାୟ ପାଇବା ଦ୍ୱାରା ଅନ୍ୟ ଦେହଜୀବୀମାନଙ୍କ ଆତ୍ମବିଶ୍ୱାସ ଓ ଭରସା ବଢିବ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡ ସେକ୍ସ ଓ୍ୱାର୍କର ସଙ୍ଘର ସଦସ୍ୟ ଡେମ୍ କ୍ୟାଥେରିନ୍ । ସୂଚନାଯୋଗ୍ୟ, ୨୦୦୩ରେ ନ୍ୟୁଜିଲାଣ୍ଡରେ ଦେହଜୀବୀଙ୍କୁ ନ୍ୟାୟ ପାଇଁ ପ୍ରଷ୍ଟିଚ୍ୟୁସନ୍ ରିଫର୍ମ ଆକ୍ଟ ଲାଗୁ ହୋଇଥିଲା ।

   Related Posts