୭ ଦିନ ପାଇଁ କାମ ବନ୍ଦ ଘୋଷଣା କଲେ ଦେହଜୀବୀ, କହିଲେ, 'ଆମେ ଫ୍ରଣ୍ଟଲାଇନ୍ ଓ୍ୱାର୍କର୍, ଆଗ ଭାକସିନ୍ ତାପରେ ସର୍ଭିସ୍'

Published By : Prameya-News7 Bureau | April 08, 2021 IST

ବ୍ରାଜିଲ ୦୮/୦୪:  ସାରା ବିଶ୍ୱରେ ମାରାତ୍ମକ କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପି ଚାଲିଛି । ଅନେକ ଦେଶରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଏହାମଧ୍ୟରେ ଦେହଜୀବୀମାନଙ୍କ ବେପାର ଠପ୍ ହୋଇଯାଇଛି । ଭୟରେ ସେମାନେ ଗ୍ରାହକଙ୍କ ପାଖକୁ ଯାଉ ନାହାଁନ୍ତି । ଗ୍ରାହକମାନେ ମଧ୍ୟ ଆଉ ଦେହଜୀବୀଙ୍କ ପାଖକୁ କରୋନା ଭୟରେ ପାଖ ମାଡୁନାହାଁନ୍ତି । ଏଥିପାଇଁ ଦେହଜୀବୀମାନେ ଧାରଣା ପ୍ରଦର୍ଶନ ଓ ହରତାଳ ଆରମ୍ଭ କରିଦେଇଛନ୍ତି । ଏପରିକି ସେମାନଙ୍କୁ ଭାକସିନ୍ ଦିଆଯାଉ ବୋଲି ମଧ୍ୟ ଦାବି କରିଛନ୍ତି ।

ସୂଚନାନୁସାରେ, ଦକ୍ଷିଣ ଆଫ୍ରିକାରେ କରୋନା ଭୟଙ୍କର ରୂପ ଧାରଣ କରିଛି । ତାଇପେ ଟାଇମ୍ସ ଅନୁସାରେ, ବ୍ରାଜିଲ ଦକ୍ଷିଣପୂର୍ବ ସହର ବେଲୋ ହାରିଜୋଣ୍ଟେରେ ଦେହଜୀବୀମାନେ ଧାରଣା ପ୍ରଦର୍ଶନ କରିଛନ୍ତି । ସେମାନଙ୍କୁ ଟିକା ଦେବାକୁ ଦାବି କରିଛନ୍ତି । ଏହାସହ ପ୍ରାଥମିକତା ଦୃଷ୍ଟିରୁ ଅତିଶୀଘ୍ର ଭାକସିନ ଦିଆଯାଉ ବୋଲି କହିଛନ୍ତି ।

wp:gallery {"ids":[434967],"linkTo":"none"} /wp:gallery

ରିପୋର୍ଟ ଅନୁସାରେ, ଯେଉଁ ହାରିଜୋଣ୍ଟେ ସହରରେ ଧାରଣା ପ୍ରଦର୍ଶନ ହେଉଛି ସେଠାରେ କରୋନାର ପ୍ରକୋପ ଅଧିକ ରହିଛି । ହୋଟେଲକୁ ବନ୍ଦ କରି ଦିଆଯାଇଛି । ଫଳରେ ଦେହଜୀବୀମାନେ ଭଡାରେ ରୁମ୍ ନେଉଛନ୍ତି । ମିନାସ୍ ଗାରେସ୍ ରାଜ୍ୟ ସଙ୍ଘର ଅଧ୍ୟକ୍ଷ ସିଡି ବିଏରା କହିଛନ୍ତି ଯେ, ସେମାନେ ହେଉଛନ୍ତି ସମ୍ମୁଖ ଯୋଦ୍ଧା । ସେମାନଙ୍କୁ ଭାକସିନ୍ ଦେବାର ଆବଶ୍ୟକତା ରହିଛି । ସେହିପରି ଧାରଣାରେ ବସିଥିବା ଜଣେ ଦେହଜୀବୀ କହିଛନ୍ତି ଯେ, ସେମାନଙ୍କୁ ପ୍ରାଥମିକତା ଦେବା ଜରୁରୀ । କାରଣ ପ୍ରତିଦିନ ଭିନ୍ନ ଭିନ୍ନ ଲୋକଙ୍କୁ ଭେଟିଥାନ୍ତି । ଏହାସହ ଜୀବନକୁ ବାଜିରେ ଲଗାଇଥାନ୍ତି ।

ଆଉଜଣେ ଦେହଜୀବୀ କହିଛନ୍ତି ଯେ, ସରକାର ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ଅଧ୍ୟାପକ, ବୟସ୍କ ଓ ଅନ୍ୟ ରୋଗରେ ଆକ୍ରାନ୍ତଙ୍କୁ ଟିକା ଦେଉଛନ୍ତି । ତେଣୁ ଦେହଜୀବୀଙ୍କୁ ମଧ୍ୟ ପ୍ରାଥମିକତା ଦିଆଯାଉ ବୋଲି ସେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.