Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

କରୋନା ଯନ୍ତ୍ରଣାରେ ଜୀବନ ଅସହ୍ୟ: ଦେହରେ ନିଆଁ ଲଗାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

12/08/2020 at 6:11 PM

ଯାଜପୁର୧୨/୮:  କରୋନା ଯୋଗୁଁ ଯୁବକ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ।ଯାଜପୁର ଜିଲ୍ଳା ଦଶରଥପୁର ବ୍ଲକର ମଙ୍ଗଳପୁର ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି। କରୋନା ଯୋଗୁଁ ଲୋକେ ହାତ ବାନ୍ଧି ଘରେ ବସିଛନ୍ତି। ଠିକ୍ ସେହିପରି ମଙ୍ଗଳପୁର ଅଞ୍ଚଳରେ  ଶଙ୍କର୍ଶନ ସାହୁ ମଧ୍ୟ କରୋନା ଯୋଗୁଁ ଘରେ ବସିଛନ୍ତି। ତାଙ୍କ ବସୟ ୩୩ ବର୍ଷ। ନୂଆ କରି ବିବାହ କରିଥିବା ସଙ୍କର୍ଶନ ଋଣ କରି ନୂଆ ଅଟୋ ଟେ କିଣିଥିଲେ। ଆଶା ଥିଲା, ସେଥିରୁ ଯାହା ରୋଜଗାର କରିବେ, ସେଥିରେ ଅଟୋ ଋଣ ସୁଝିବେ ଆଉ ପରିବାର ଚଳାଇବେ। ହେଲେ କରୋନା ତାଙ୍କର ସ୍ବପ୍ନ ଧୂଳିସାତ କରିଦେଲା। ଏବେ ଘରେ ଅଟୋ ପଡି ରହିଛି। କରୋନା ଯୋଗୁଁ ଘରେ ଅଟୋ ପଡି ରହିଛି। ଗାଡି ଚଳାଚଳନ ହୋଇ ପାରୁ ନାହିଁ।

ଏପଟେ ସ୍ତ୍ରୀ ଗର୍ଭବତୀ। ଘର ଖର୍ଚ୍ଚ କିପରି ତୁଲାଇବେ ଏବଂ ସ୍ତ୍ରୀଙ୍କ ଖର୍ଚ୍ଚ କିପରି ବହନ କରିବେ। ଏନେଇ ପରିବାର ଭିତରେ ଅଶାନ୍ତି ଲାଗି ରହିଥିଲା। ବେରୋଜଗାର ହୋଇ ଘରେ ବସିଥିବା ଶଙ୍କର୍ଶନ ସବୁବେଳେ ଚିନ୍ତାରେ ରହୁଥିଲେ। ଆଜି ସ୍ତ୍ରୀ ଓ ସ୍ବାମୀଙ୍କ ମଧ୍ୟରେ ବଚସା ହେବାରୁ ଶଙ୍କର୍ଶନ ରାଗରେ ନିଜ ଦେହରେ ନିଆଁ ଲୂଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତାଙ୍କର ଶରୀର ଉପର ଭାଗ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସଙ୍କାଟପନ୍ନ ହେବାରୁ ତାଙ୍କ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି

   Related Posts