Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

ରାଣୀହାଟ ଛକ ନିକଟରେ ଠାବ ହେଲା ସେକ୍ସ ରାକେଟ୍, ଅସଞ୍ଜତ ଅବସ୍ଥାରେ ଧରାପଡିଲେ ଜଣେ ଯୁବତୀ ଓ ୨ ଯୁବକ

2/04/2021 at 9:47 AM

କଟକ,୦୨/୦୪: କଟକ ସହର ରାଣୀହାଟ ଟ୍ରାଫିକ ଛକ ନିକଟରୁ ଠାବ ହେଲା ସେକ୍ସ ରାକେଟ୍ । ଏକ କୋଠାରେ ଅନୈତିକ କାର୍ଯ୍ୟକଳାପ ଚାଲୁଥିଵା ଅଭିଯୋଗରେ ପୋଲିସ ଚଢଉ କରିଥିଲା।ଏକ ବିଶ୍ବସ୍ତ ସୂତ୍ରରୁ ଖଵର ପାଇଁ ମଙ୍ଗଳାବାଗ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ଏହି ଘର ଉପରେ ଚଢ଼ଉ କରିଥିଲେ।

ଚଢ଼ଉ ସମୟରେ ଘରୁ କିଛି ଆପତ୍ତିଜନକ ଜିନିଷ ଜବତ ହୋଇଛି।ସମ୍ପୃକ୍ତ ଘରୁ ପୋଲିସ ଜଣେ ଯୁବତୀ ଓ ୨ ଜଣ ଯୁବକଙ୍କୁ କାବୁ କରି ଅଟକ ରଖିଛି। ତେବେ ଏହି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିଵା ବ୍ୟକ୍ତି ତାଙ୍କ ଘରେ କୌଣସି ଅନୈତିକ କାମ ହେଉଥିବା କଥାକୁ ଅସ୍ବୀକାର କରିଛନ୍ତି । ଏହାସହ ଆପତ୍ତିଜନକ ଜିନିଷ ଗୁଡିକୁ ପୋଲିସ ସେଠାରେ ପକାଇ ଦେଇ ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ସେକ୍ସ ରାକେଟ୍‌ ଠାବ ହୋଇଥିବା ଘରକୁ ଦୁଇ ବର୍ଷ ତଳେ ପୋଲିସ ବେଶ୍ୟାଳୟ ଘୋଷଣା କରିଥିଲା । ଚଢଉ ବେଳେ ଏକ ରୁମ୍‌ରେ ଜଣେ ଯୁବତୀ ଓ ଦୁଇ ଯୁବକ ଅସଂଯତ ଅବସ୍ଥାରେ ଧରାପଡ଼ିଥିଲେ । ପୋଲିସ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଦୁଇ ଯୁବକଙ୍କୁ ଗିରଫ କରିଥିଲା । ଗିରଫ ଯୁବକଙ୍କ ମଧ୍ୟରୁ ଜଣଙ୍କ ଘର କେଶରପୁର ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ଗୋପାଳପୁର ନିକଟ ଉରାଳୀ ଗ୍ରାମରେ । ଘଟଣାସ୍ଥଳରୁ ପୁଲିସ ୩୦ ହଜାର ଟଙ୍କା, ଗୋଟିଏ ବାଇକ୍‌, ୪ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି ।

ପୋଲିସର କହିବାନୁସାରେ, ଘର ମାଲିକ ରାଣୀହାଟର ମିଟୁଆ ଓରଫ ସୁକାନ୍ତ କୁମାର ନାୟକ ପୂର୍ବରୁ ଧରା ହୋଇ ଜେଲ୍‌ ଯାଇଥିଲେ । ସେ ଜେଲ୍‌ରୁ ଆସି ସେହି ଘରେ ପୁଣି ସେକ୍ସ ରାକେଟ୍ ଚଳାଇଥିଲେ । ଆଶ୍ଚର୍ଯ୍ୟର ବିଷୟ, ସେହି ଘରୁ ଉଦ୍ଧାର ଯୁବତୀ ଜଣକ ୨୦୧୮ ମସିହାରେ ମଧ୍ୟ ସେହି ଘରୁ ଉଦ୍ଧାର ହୋଇଥିଲେ । ଯୁବତୀ ଜଣକ ସାଲେପୁର ଅଞ୍ଚଳର । ସେ ଲାଲ୍‌ବାଗ ଥାନା ଅଞ୍ଚଳରେ ଘର ଭଡ଼ା ନେଇ ରହୁଛନ୍ତି । ତାଙ୍କ ସ୍ୱାମୀ ଦୁରାରୋଗ୍ୟରେ ପୀଡ଼ିତ ଓ ଘର ଚଳାଇବା ପାଇଁ ସେ ଏଭଳି କାମରେ ନିଜକୁ ନିୟୋଜିତ କରିଥିବା ପୋଲିସକୁ ବୟାନ ଦେଇଛନ୍ତି ।

   Related Posts