Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସେକ୍ସ ରାକେଟ୍ ଆଡ୍ଡା ଉପରେ ସିକ୍ରେଟ୍‌ ଚଢ଼ଉ: ୬ ଜଣ ଦେହଜୀବି ଏବଂ ୪ ଗ୍ରାହକ ଗିରଫ…

12/03/2020 at 6:19 PM

ଫତେହବାଦ୧୨/୩: ସେକ୍ସ ରାକେଟର ପର୍ଦ୍ଦାଫାଶ କଲା ଫତେହବାଦର ରାତିଆ ପୋଲିସ୍‌। ଗତ ଶୁକ୍ରବାର ରାତିରେ ସେକ୍ସ ରାକେଟ ଚାଲିଥିବା ଆଡ୍ଡା ଉପରେ ପୋଲିସ୍‌ ଅଚାନକ ଚଢ଼ଉ କରିଥିଲା। ସେକ୍ସ ରାକେଟରେ ସଂପୃକ୍ତ ୬ ଜଣ ମହିଳା ଓ ୪ ଗ୍ରାହକଙ୍କୁ ପୋଲିସ୍ ଗିରଫ କରିଛି। ଦେହ ବ୍ୟବସାୟରେ ସଂପୃକ୍ତ ମହିଳାମାନେ ଆସାମ, ପଶ୍ଚିମବଙ୍ଗ ଏବଂ ପଞ୍ଜାବର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସ ସମସ୍ତଙ୍କୁ ଗିରଫ କରି ମାମଲା ରୁଜୁ କରିଛି। ଫତେହବାଦର ରାତିଆ ଅଞ୍ଚଳରୁ ଏଭଳି ଲଜ୍ଜାଜନକ ଘଟଣା ସାମ୍ନା ଆସିଛି।

ଡିଏସ୍‌ପି ଧର୍ମବୀର ପୁନିୟାଙ୍କ କହିବା ଅନୁସାରେ, ଫତେହବାଦ ରୋଡସ୍ଥିତ ଏକ ଘରେ ଦେହ ବ୍ୟବସାୟ ଚାଲିଥିବା ତାଙ୍କୁ ସୂଚନା ମିଳିଥିଲା। ରାତିଆ ଥାନା ଅଧିକାରୀଙ୍କ ନେତୃତ୍ବ​‌ରେ ଏକ ପୋଲିସ୍‌ ଟିମ୍ ସେକ୍ସ ରାକେଟ ଆଡ୍ଡା ଉପରେ ଚଢ଼ଉ କରିଥିଲା। କିଛି ଦେହଜୀବି ଓ ଗ୍ରାହକ ଦୌଡ଼ି ପଳାଇଥିବା ବେଳେ ୬ ଜଣ ଯୁବତୀ ଓ ୪ ଜଣ ଗ୍ରାହକଙ୍କୁ ପୁଲିସ୍ ଗିରଫ କରିଥିଲା। ଫତେହବାଦରେ ଆଗକୁ ଏଭଳି ଘଟଣା ହେବ ନାହିଁ ବୋଲି ଡିଏସ୍‌ପି ଧର୍ମବୀର ପ୍ରତିଶ୍ରୁତି ଦେଇଛନ୍ତି।

   Related Posts