Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସଟ୍‌ଡାଉନ୍‌ରେ ସବୁ ବନ୍ଦ, ହେଲେ କଟକରେ ଚାଲିଛି ଦେହ ବ୍ୟବସାୟ

13/06/2021 at 8:23 AM

କଟକ ୧୩।୦୬ : ସଟଡାଉନ୍ ରେ ସବୁ କିଛି ବନ୍ଦ ହୋଇ ପଡିଥିବା ବେଳେ କଟକରେ ଦେହ ବ୍ୟବସାୟ ପାଇଁ ଖୋଲା ରହିଛି କୋଠି । ଶନିବାର ଦିନ ସହରର ଦୁଇଟି ସ୍ଥାନରେ ଚଢାଉ କରି ଏଭଳି ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ ।.ସଟ ଡାଉନ୍ ରେ ଗ୍ରାହକ ଶାରୀରିକ ମଜା ଉଠାଉଥିବା ବେଳେ କିଛି ଟଙ୍କା ଲାଳସାରେ ଯୁବତୀ ଓ ମହିଳା ଦେହ ବ୍ୟବସାୟରେ ଲିପ୍ତ ରହିଛନ୍ତି । ସବୁଠାରୁ ବଡ କଥା ହେଲା ବିଭିନ୍ନ ଜାଲି ଜରୁରୀ ଆଇ କାର୍ଡ ଦେଖାଇ ଉଭୟ ଯୁବକ ଯୁବତୀ ହୋଟେଲ କୁ ଆସି ଏହି ବ୍ୟବସାୟ କରୁଛନ୍ତି।

ଖବର ଅନୁଯାୟୀ, କଟକ କଲେଜ ଛକ ସ୍ଥିତ ଅମ୍ବିକା ରେସିଡେନ୍ସି ହୋଟେଲରେ ସେକ୍ସ ରାକେଟ ଚାଲୁଥିବା ଅଭିଯୋଗରେ ଚଢାଉ କରିଛି ମାଲଗୋଦାମ ଥାନା ପୋଲିସ । ଦୁଇ ଯୁବତୀଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକଙ୍କୁ ଅଟକ ରଖିଛି ପୋଲିସ ।  ତେବେ ଏହି ସମୟରେ ପୋଲିସ ବିଭିନ୍ନ ନକଲି ଆଇ କାର୍ଡ ଜବତ କରିବା ସହ ଆପତ୍ତି ଜନକ ସାମଗ୍ରୀ ମଧ୍ୟ ଜବତ କରିଛି । ଏହି ଚଢାଉରେ ଜୋନ ଏସିପିଙ୍କ ସମେତ ଥାନା ଅଧିକାରୀ ଓ ମହିଳା ପୋଲିସ ଅଧିକାରୀ ସାମିଲ ଥିଲେ ।

ସେହି ପରି କଟକ  ଶଙ୍କରପୁର ଦାସ ସାହିରେ ଏକ ଭଡା ଘରେ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗରେ ବାଦାମବାଡି ପୋଲିସ ୩ ମହିଳା ଓ ଜଣେ ଦଲାଲକୁ ଗିରଫ କରିଛି । ଦୁଇ ତିନି ବର୍ଷ ହେବ ଏଠାରେ ଅନୈତିକ କାରବାର ଚାଲୁଥିବା ଜାଣି ସାହି ଲୋକ ସେମାନଙ୍କୁ ଅଟକ ରଖିଥିଲେ। ପରେ ପୋଲିସ ଆସି ସେମାନଙ୍କୁ ଥାନାକୁ ନେଇଥିଲା।

   Related Posts