Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||

ରାଜଧାନୀରେ ମାତିଛନ୍ତି ଦେହ ଦଲାଲ୍ : ଭଡ଼ାରେ ରହିବାକୁ କହି ଆଲିଶାନ୍ କୋଠା ନେଉଛନ୍ତି , ଆଉ ସେଠାରେ ଜମୁଛି ରାଣୀ ମହୁମାଛିଙ୍କ କୋଠୀ…

12/09/2020 at 10:57 AM

ଭୁବନେଶ୍ୱର ୧୨।୦୯: କରୋନା ମହାମାରୀ ସମୟରେ ରାଜଧାନୀରେ ମାତିଛନ୍ତି ଦେହ ଦଲାଲ୍‌ । ଭଡ଼ାରେ ରହିବାକୁ କହି ଆଲିଶାନ୍‌ କୋଠା ନେଉଛନ୍ତି । ଆଉ ସେଠାରେ ଜମୁଛି ରାଣୀ ମହୁମାଛିଙ୍କ କୋଠୀ । ପ୍ରତିମାସରେ ନୂଆ ନୂଆ ରୂପଜୀବୀଙ୍କୁ ଆଣି ଚଳାଇଛନ୍ତି ଦେହ ବେପାର ।

ରାଜଧାନୀରେ କରୋନା ସଂକ୍ରମଣ ଯେତେବେଳେ ପିକ୍‌ରେ ଅଛି । ସେତେବେଳେ ସଂକ୍ରମଣ ରୋକିବାକୁ ଲାଗିପଡ଼ିଛି ପୂରା ପ୍ରଶାସନ । କିନ୍ତୁ ସେପଟେ ବେଫିକର ଦେହ ବେପାରରେ ମାତିଛନ୍ତି କିଛି ଦେହ ଦଲାଲ । ଭୁବନେଶ୍ବର ଲକ୍ଷ୍ମୀସାଗରରେ ଥିବା ଓସ୍କାର ସିଟିରେ ଥିବା ଏକ ଆଲିସାନ୍‌ କୋଠାରେ ଚାଲିଛି ସେକ୍ସ ରାକେଟ୍‌ । ଦିନ ଦି’ପହରେ ଗ୍ରାହକ ଆସୁଛନ୍ତି। ରୂପଜୀବୀଙ୍କୁ ପସନ୍ଦ କରୁଛନ୍ତି । ମୂଲଚାଲ ହେଉଛି ୮ଶହରୁ ୨ହଜାର ପର୍ଯ୍ୟନ୍ତ । ନୂଆ ରୂପଜୀବୀଙ୍କ ଦାମ୍‌ ଟିକେ ଅଧିକ । ଜଣେ ଭାଇନା ଆଉ ଜଣେ ଭାଉଜ ନୂଆ ନୂଆ ଝିଅଙ୍କୁ ଆଣି ଭଡ଼ାଘରେ ଚଳାଇଛନ୍ତି ଏହି ସେକ୍ସ ରାକେଟ୍‌ । ଯାହାକି ନ୍ୟୁଜ୍‌ 7ର ଷ୍ଟିଙ୍ଗ୍‌ ଅପରେସନରେ ଧରାପଡିଛି । ତେବେ ଆସନ୍ତୁ ଦେଖିବା କିପରି ଚାଲିଛି…

ଏହି ଭାଉଜ-ଭାଇନା ଏଇ ଗୋଟିଏ ଠିକଣାରେ ଯେ ଦେହ ବେପାର ଚଳାଇଥାନ୍ତି ସେକଥା ନୁହେଁ ରୂପଜୀବୀ ବଦଳିବା ସହ ବଦଳେ ଏମାନଙ୍କ ଘର ଠିକଣା । ପ୍ରତି ୨/୪ମାସରେ ଦେହ ବେପାର ପାଇଁ ଏମାନେ ନୂଆ ଠିକଣା ଖୋଜନ୍ତି । ଆଉ ନିୟମିତ ଆସୁଥିବା ଗ୍ରାହକଙ୍କୁ ଫୋନ୍‌ ନମ୍ବରରେ କଣ୍ଟାକ୍ଟ  କରନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲେ ଅଫିସ ଟାଇମ୍‌ ସକାଳ ୧୦ରୁ ସଂଧ୍ୟା ୫ ପର୍ଯ୍ୟନ୍ତ ଚାଲେ ଏମାନଙ୍କ ଦେହ ବେପାର ।

ଦିନ ବେଳା ଗ୍ରାହକ ଯିବା ଆସିବା କଲେ କେହି କାଳେ ସଂଦେହ କରିବେନି ସେଇ ପ୍ଲାନ୍‌ରେ ଅଫିସ ଟାଇମ୍‌ରେ ଚାଲେ ଦେହ ବ୍ୟବସାୟ ।  ନୂଆ ନୂଆ ଝିଅଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଏମାନେ ନିଜ ଜାଲରେ ଫସାନ୍ତି । ଆଉ ତା’ ପରେ ସେମାନଙ୍କୁ ଟଙ୍କା ଲୋଭ ଦେଖାଇ ରାଜି କରାଇ ଦେହ ବେପାରରେ ଲଗାଇଥାନ୍ତି । ଆଉ ଏହି ବେପାରରୁ ପୁଳା ପୁଳା ଟଙ୍କା ରୋଗଗାର କରନ୍ତି ଏମାନେ । ଘରମାଲିକ ବାହାରେ ରହୁଥିବାର ସୁଯୋଗ ନେଇ ନୂଆ କରି ତିଆରି ହୋଇଥିବା ଚିକ୍କଣିଆ କୋଠାକୁ ଭଡ଼ାରେ ନେଇ ସେଠାରେ ଏମିତି ଦେହ ବେପାର ଚଳାଛନ୍ତି ।

   Related Posts