ବେଳାଭୂମି ପାଖ ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ଗ୍ରାମବାସୀଙ୍କ ବିରୋଧ ପରେ ପର୍ଦ୍ଦାଫାସ କଲା ପୋଲିସ

Published By : Prameya-News7 Bureau | October 17, 2021 IST

ଭୋଗରାଇ, ୧୭/୧୦:  ବାଲେଶ୍ଵର ଜିଲ୍ଲା ଭୋଗରାଇ ଉଦୟପୁର ବେଳାଭୂମି ନିକଟବର୍ତ୍ତୀ ହୋଟେଲରେ ସେକ୍ସ ରାକେଟ୍ । ଦୀର୍ଘଦିନ ଧରି ଏଠାରେ ଚାଲିଥିବା ଦେହ ବ୍ୟବସାୟର ପର୍ଦ୍ଦାଫାସ କରିଛି ପୋଲିସ  ।

ସୂଚନାନୁସାରେ, ଦୀର୍ଘ ଦିନ ଧରି ପଶ୍ଚିମବଙ୍ଗରୁ ଦେହଜୀବୀଙ୍କୁ ଆଣି ବ୍ୟବସାୟ ଚାଲିଥିଲା ।  ଏନେଇ ଗ୍ରାମବାସୀ ମାନେ ବାରମ୍ବାର ସ୍ଥାନୀୟ ମେରାଇନ୍ ଥାନା ଏବଂ ଏସଡିପିଓଙ୍କ ପାଖରେ ଅଭିଯୋଗ କରିଥିଲେ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । ଶେଷରେ ଏହାକୁ ବିରୋଧ କରି ହୋଟେଲ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶନିବାର ବିଳମ୍ବିତ ରାତିରେ ହୋଟେଲ କର୍ମଚାରୀ ଓ ଗ୍ରାମବାସୀମାନଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।  

ଘଟଣାର ଖବର ପାଇ ତାଳସାରି ସମୁଦ୍ର ଥାନା  ପୋଲିସ ପହଞ୍ଚି ରାକେଟର ପର୍ଦ୍ଦାଫାସ କରିଥିଲା । ଏହାସହ ଘଟଣାର ତଦନ୍ତ ମଧ୍ୟ ଚାଲିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.