‘ଡିଜିଟାଲ ରେପ୍’ ଅପରାଧୀକୁ ହାଇକୋର୍ଟଙ୍କ ଜାମିନ, ସାନଫ୍ରାନସିସ୍କୋରେ ବିରୋଧ କଲେ ପୀଡିତା, ଜାଣନ୍ତୁ କ’ଣ ଏହି ଅପରାଧ

Published By : Prameya-News7 Bureau | August 04, 2019 IST

ନୂଆଦିଲ୍ଲୀ:  ଜଣେ ଆମେରିକୀୟ ମହିଳାଙ୍କୁ ‘ଡିଜିଟାଲ ରେପ’ ଅଭିଯୋଗରେ ଦଣ୍ଡିତ ଅପରାଧୀକୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହା ସହ କୋର୍ଟ ନିମ୍ନ ଅଦାଲତଙ୍କ ଦ୍ୱାରା ଦିଆଯାଇଥିବା ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଛନ୍ତି। ଘଟଣା ସମ୍ପର୍କରେ ଆମେରିକାରେ ରହୁଥିବା ପୀଡିତା ଜାଣିବା ପରେ ସାନଫ୍ରାନସିସ୍କୋସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହାର ଭିଡିଓ କ୍ଲିପିଂ ଜାରି କରିବା ଏବେ ଚିନ୍ତାଜନକ ବିଷୟ ପାଲଟିଛି। 

{"id":140916}

ପ୍ରାପ୍ତ ସୂଚନା ଅନୁସାରେ ପୀଡିତା ତାଙ୍କ ସ୍ୱାମୀଙ୍କ ସହ ୨୦୧୩ ମସିହାରେ ଦକ୍ଷିଣ ଦିଲ୍ଲୀ ବାସିନ୍ଦା ରାଜୀବ ପମ୍ବାରଙ୍କ ଘରେ ଭଡାରେ ରହୁଥିଲେ। ଏହି ସମୟରେ ରାଜୀବ ମହିଳାଙ୍କ ପ୍ରତି ‘ଡିଜିଟାଲ ରେପ’ କରିଥିବା ନେଇ ଅଭିଯୋଗ ହୋଇଥିଲା। ପରେ ଆମେରିକୀୟ ଦମ୍ପତ୍ତି ଭାରତ ଛାଡି ଦେଇଥିଲେ ବି ରାଜୀବଙ୍କୁ ନିମ୍ନ ଅଦାଲତ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ।  ତେବେ ରାଜୀବ ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ଉଚ୍ଚ ନ୍ୟାୟାଳୟରେ ଅପିଲ କରିଥିବା ବେଳେ ନ୍ୟାୟାଳୟ ୨୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମଞ୍ଜୁର କରିଛନ୍ତି। ସେହିପରି ଏହି ମାମଲାର ବିଚାର ପ୍ରକ୍ରିୟା ଦୀର୍ଘ ସମୟ ଧରି ଚାଲିବାକୁ ଥିବାରୁ କୋର୍ଟ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ଉପରେ ମଧ୍ୟ ରହିତା ଦେଶ ଜାରି କରିଛନ୍ତି।

{"id":140917,"width":569,"height":319}

ତେବେ କଣ ଏହି ଡିଜିଟାଲ ରେପ ଆସନ୍ତୁ ଜାଣିବା। ଇଂରାଜୀ ‘ରେପ’ର ଆକ୍ଷରିକ ଅର୍ଥ ହେଉଛି ଦୁଷ୍କର୍ମ। ତେବେ ଡିଜିଟାଲ ରେପ ହେଉଛି ସେହି ଅପରାଧ ଯେଉଁଥିରେ ଅଭିଯୁକ୍ତ ଅଙ୍ଗୁଳିରେ ଦୁଷ୍କର୍ମ କରନ୍ତି। ଯାହା ପୀଡିତାଙ୍କ ପ୍ରତି ଉଭୟ ଶାରୀରିକ ଓ ମାନସିତ ଯୌନ ନିର୍ଜାତନା ଭଳି ହୋଇଥାଏ। ତେବେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଜାଣିବା ପରେ ପୀଡିତା ମହିଳା ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ମାମଲାରେ ତାଙ୍କୁ ଭାରତରେ କୌଣସି ପ୍ରକାର ସହାୟତା ପ୍ରଦାନ କରାଯାଇ ନଥିବା ଅଭିଯୋଗ କରି ବାଣିଜ୍ୟ ଦୂତାବାସ ଆଗରେ ବିକ୍ଷୋଭ କରି ନିଜର ଅସନ୍ତୋଷ ପ୍ରକଟ କରିଛନ୍ତି। ତେବେ ସେ ଏବେ ବି ମୋକଦ୍ଦମାରୁ ଓହରି ନଥିବା ବେଳେ କୋର୍ଟଙ୍କ ରାୟ ବିରୋଧରେ ତାଙ୍କର ରେକର୍ଡ ରିସିଡ୍ୟୁଲ କରିଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.