ଆନ୍ଦୋଳନକାରୀଙ୍କ ବିରୋଧରେ ଟ୍ରମ୍ପଙ୍କ ଦମନନୀତି ନେଇ କ୍ଷୁବ୍ଧ ଓ୍ଵାଶିଂଟନ ଡିସି ମେୟର, ବଦଳାଇ ଦେଲେ ହ୍ଵାଇଟ୍ ହାଉସ୍ ବାହାରେ ଥିବା ରାସ୍ତାର ନାଁ

Published By : Prameya-News7 Bureau | June 06, 2020 IST

ଓ୍ଵାଶିଂଟନ ୦୬।୦୬: ପୋଲିସ୍ ହାତରେ କୃଷକାୟ ବର୍ଗ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କ ହତ୍ୟା ପରେ ଆମେରିକା ଅଶାନ୍ତ ହୋଇ ଉଠିଛି। ଅନେକ ସହରରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି। ଆନ୍ଦୋଳନକାରୀଙ୍କ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଠୋର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଓ୍ଵାଶିଂଟନ ମେୟର ମୁରିଏଲ ବାଉଜର ଆମେରିକା ରାଜଧାନୀ ସ୍ଥିତ ହ୍ଵାଇଟ୍‌ ହାଉସ୍‌ ସାମ୍ନାରେ ୧୬ତମ ଷ୍ଟ୍ରିଟ୍‌ର ନାମ ବଦଳାଇ ‘ବ୍ଲାକ ଲାଇଭ୍‌ସ ମ୍ୟାଟର ପ୍ଲାଜା’ ନାମକରଣ କରିଛନ୍ତି।

ଅନେକ ରାଜନେତା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆନ୍ଦୋଳନକାରୀଙ୍କ ବିରୋଧରେ ନେଉଥିବା କଠୋର କାର୍ଯ୍ୟାନୁଷ୍ଠାନ ପ୍ରତି ଜବାବରେ ସଡକରେ ହଳଦିଆ ରଙ୍ଗରେ ବଡ ବଡ ଅକ୍ଷରରେ ଲେଖି ନାରା ଦେଇଛନ୍ତି।

{"id":282251,"sizeSlug":"large"}

ମେୟର ବାଉଜର  ଆମେରିକା ରାଜଧାନୀର ୧୬ତମ ଷ୍ଟ୍ରିଟ୍‌ ପେଣ୍ଟିଂର ଏକ ଫୁଟେଜ୍ ଟ୍ଵିଟ୍‌ କରି କେଣ୍ଟୁକିର ଲୁଇସଭିଲରେ ପୋଲିସ୍ ଦ୍ୱାରା ହତ୍ୟା କରାଯାଇଥିବା କୃଷକାୟ ମହିଳା ବ୍ରେନ୍ନା ଟେଲରଙ୍କ ଉଦ୍ଦେଶରେ ଏହି ବାର୍ତ୍ତା ଦେଇଛନ୍ତି।

ଜର୍ଜ ଫ୍ଲୋଏଡାଙ୍କ ମୃତ୍ୟୁ ପରେ ଦେଶବ୍ୟାପୀ ଜାରି ଆନ୍ଦୋଳନରେ ମହିଳା ବ୍ରେନ୍ନା ଟେଲରଙ୍କ ମୃତ୍ୟୁ ଏବେ ପ୍ରଦର୍ଶନକାରୀଙ୍କ ଲାଗି ପ୍ରେରଣା ପାଲଟିଛି। ମେୟର ବାଉଜର ଲେଖିଛନ୍ତି, ବ୍ରୋନା ଟେଲର ଆପଣଙ୍କ ଜନ୍ମଦିନରେ ଆମେ ଦୃଢ ସଂକଳ୍ପ ସହିତ ଛିଡା ହୋଇଛୁ।

{"id":282252,"sizeSlug":"large"}

ସୋମବାର ରାତିରେ ଏକ ବିରୋଧ ପ୍ରଦର୍ଶନକୁ ଭାଙ୍ଗିବା ପାଇଁ ରାଷ୍ଟ୍ରପତିଙ୍କ ସଂଘୀୟ ଆଇନ ପ୍ରଣୟନକାରୀ ସଂସ୍ଥା ଏବଂ ସାମରିକ ପୋଲିସର ବ୍ୟବହାରକୁ ନେଇ ମେୟର ବାଉଜର ଏବଂ ଟ୍ରମ୍ପଙ୍କ ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି। ତେଣୁ ସେ ହ୍ଵାଇଟ୍‌ ହାଉସ୍‌ ନିକଟରେ ଥିବା ଏକ ଚର୍ଚ୍ଚ ବାହାରେ ଏକ ଫଟୋ ସେସନ କରିଛନ୍ତି।

ବାଉଜର କହିଛନ୍ତି ଆମେ ରାଜ୍ୟ ଏବଂ ଓ୍ଵାଶିଂଟନରୁ ସୈନ୍ୟ ବାହାରିବାକୁ ଚାହୁଁଛୁ। ଜଣେ ଆମେରିକା ସୈନ୍ୟ ଅଧିକାରୀ କହିଛନ୍ତି ଯେ, ପେଣ୍ଟାଗନ ବାକି ୯୦୦ ସକ୍ରିୟ ସୈନିକଙ୍କୁ ଫେରାଇ ନେବ। ଏହି ସୈନିକଙ୍କୁ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରୁଥିବା ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ଲାଗି ଓ୍ଵାଶିଂଟନ ଡିସି ପଠାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.