ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରତାରଣା ଅଭିଯୋଗ, ଥାନାରେ ମାମଲା

Published By : Prameya-News7 Bureau | July 09, 2020 IST

ସମ୍ବଲପୁର, ୦୯|୦୭: ପ୍ରେମ ଓ ବିବାହର ପ୍ରତିଶ୍ରୁତି ଦେଇ ପ୍ରଥମେ ଶାରୀରିକ ସମ୍ପର୍କ । ପରେ ପ୍ରତାରଣ । ଏପରି ସଙ୍ଗୀନ ଅଭିଯୋଗ ଆସିଛି ଜଣେ ଯବାନଙ୍କ ନାଁରେ । ସମ୍ବଲପୁର ସାକ୍ଷୀପଡ଼ା ଅଞ୍ଚଳର ସଂପୃକ୍ତ ଯୁବତୀ ଧନୁପାଲି ଥାନାର ଦ୍ୱାରସ୍ତ ହୋଇ ଯବାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ଖୋଳତାଡ଼ ଆରମ୍ଭ କରିଛି ।

ସଂପୃକ୍ତ ଯବାନ ହେଲେ ସୁନ୍ଦରଗଡ଼ ଅଞ୍ଚଳର ଦୁର୍ଗା ଓରାମ । ୮ ବର୍ଷ ତଳେ ସେମାନଙ୍କର ପ୍ରେମ ସର୍ମ୍ପକ ଗଢି ଉଠିଥିଲା । ଯୁବତୀ ଜଣକ ତାଙ୍କୁ ବିବାହ ପାଇଁ ଜିଦ୍‌ ଧରିବାରୁ ଯବାନ ଏହାକୁ ପ୍ରତ୍ୟାଖାନ କରିଥିଲେ । ପରେ ସେ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସାକ୍ଷୀପଡା ଅଞ୍ଚଳର ସଂପୃକ୍ତ ଯୁବତୀଙ୍କ ମାମୁଘର ସୁନ୍ଦରଗଡ଼ ଅଞ୍ଚଳରେ ହୋଇଥିବା ବେଳେ ସେଠାରେ ଦୁର୍ଗା ଓରାମ ନାମକ ଜଣେ ଯବାନଙ୍କ ସହ ଦେଖା ହୋଇଥିଲା । ଆଉ ସେହି ପହିଲି ଦେଖାରୁ ହିଁ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଯବାନ ଜଣକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସର୍ମ୍ପକ ରଖିଥିଲେ। ପ୍ରାୟ ୮ ବର୍ଷ ଧରି ସେମାନଙ୍କ ସମ୍ପର୍କ ରହିଆସିଥିଲା । କିଛି ଦିନ ତଳେ ସଂପୃକ୍ତ ଯୁବତୀ ଯବାନଙ୍କୁ ବାହା ହେବା ପାଇଁ କହିବାରୁ ସେ ପ୍ରତ୍ୟାଖାନ କରିଥିଲେ । ଫଳରେ ଏନେଇ ଆଜି ପୀଡ଼ିତା ଯୁବତୀ ଧନୁପାଲି ଥାନାର ଦ୍ୱାରସ୍ଥ ହୋଇ ଯବାନଙ୍କ ନାଁରେ ପ୍ରେମ ପ୍ରତାରଣା ଅଭିଯୋଗ ଆଣିଛନ୍ତି । ପୁଲିସ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଛି । ଆଉ ଏକ ଟିମ ସୁନ୍ଦରଗଡ଼ ଅଞ୍ଚଳକୁ ଯାଇଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.