Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ପ୍ରତିରକ୍ଷା ମନ୍ତ୍ରାଳୟର ବଡ ନିଷ୍ପତ୍ତି ; ସେନାର ୧୦ ବିଭାଗରେ ମହିଳା ଅଧିକାରୀଙ୍କୁ ମିଳିବ ସ୍ଥାୟୀ ନିଯୁକ୍ତି

6/03/2019 at 9:18 AM

ନୂଆଦିଲ୍ଲୀ ୬|୩ : ପ୍ରତିରକ୍ଷା ମନ୍ତ୍ରାଳୟ ଭାରତୀୟ ସେନାରେ ମହିଳାମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ନେଇ ମଙ୍ଗଳବାର ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏଣିକି ସେନାର ୧୦ ବିଭାଗରେ ମହିଳାମାନଙ୍କୁ ମିଳିବ ସ୍ଥାୟୀ ନିଯୁକ୍ତି ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣାର ଅନୁସରଣ କରି ରକ୍ଷା ମନ୍ତ୍ରଣାଳୟ ସଶସ୍ତ୍ର ସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ପଦକ୍ଷେପ ଗ୍ରହଣ କରିଛି । ଫଳରେ ଏବେ ଅବସର ପର୍ଯ୍ୟନ୍ତ ମହିଳାମାନେ ସେନାରେ କାମ କରିପାରିବେ । ପୂର୍ବରୁ ଭାରତୀୟ ସେନାର ଯେଉଁ ବିଭାଗରେ ମହିଳାମାନଙ୍କୁ ଅସ୍ଥାୟୀ ନିଯୁକ୍ତି ମିଳୁଥିଲା ସେ ସ୍ଥାନରେ ଏଣିକି ସ୍ଥାୟୀ ନିଯୁକ୍ତି ମିଳିବ ବୋଲି ଜଣାପଡିଛି ।

ବାୟୁ ସୁରକ୍ଷା, ଇଞ୍ଜିନିୟରିଂ, ସିଗ୍‌ନାଲ୍‌, ସେନା ବିମାନ ଚଳାଚଳ, ଗୁଇନ୍ଦା ଆଦି ସେବାଗୁଡ଼ିକ ଲାଗି ସେନାର ଏସ୍‌ଏସ୍‌ସି ( ସର୍ଟ ସର୍ଭିସ କମିସନ) ଜରିଆରେ ଚାକିରୀ ପାଉଥିବା ମହିଳାମାନେ ଏହି ସୁବିଧାର ଲାଭ ଉଠାଇ ପାରିବେ। ପୂର୍ବରୁ ଏହି ବିଭାଗରେ ନିଯୁକ୍ତି ପାଉଥିବା ଅଧିକାରୀମାନଙ୍କୁ ୫ରୁ ୧୪ ଲାଗି ନିଯୁକ୍ତି ଦିଆଯାଉଥିଲା। ମାତ୍ର ସ୍ଥାୟୀ ନିଯୁକ୍ତି ଅଧିନରେ ସେମାନେ ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ଚାକିରିରେ ରହିପାରିବେ ବୋଲି ଜାଣିବାକୁ ମିଳିଛି। ଏଣିକି ସେନାର ସମସ୍ତ ୧୦ଟି ବିଭାଗରେ ମହିଳାଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ସ୍ପଷ୍ଟ କରିଛି।

   Related Posts