Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଯବାନଙ୍କ ସହ ଦଶହରା ପାଳନ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କରିବେ ଶସ୍ତ୍ର ପୂଜା

25/10/2020 at 8:35 AM

ନୂଆଦିଲ୍ଲୀ ୨୫/୧୦: ପୂର୍ବ ଲଦାଖରେ ଚୀନ ସହିତ ଚାଲିଥିବା ସୀମା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସିକ୍କିମରେ ଭାରତୀୟ ସେନାଙ୍କ ସହ ଦଶହରା ପାଳନ କରିବେ। ଏହି ଅବସରରେ ସେ ଶେରଥାଙ୍ଗରେ ଶସ୍ତ୍ର ପୂଜା ମଧ୍ୟ କରିବେ। ଏହି ସ୍ଥାନ ଏଲଏସିଠାରୁ ଦୁଇ କିଲୋମିଟର ଦୂର। ରାଜନାଥ ଦୁଇ ଦିନିଆ ସିକ୍କିମ ଓ ପଶ୍ଚିମବଙ୍ଗ ଗ୍ରସ୍ତରେ ଅଛନ୍ତି। ଶନିବାର ଦାର୍ଜିଲିଂରେ ସେ ଯବାନଙ୍କୁ ଦେଖା କରି ସେମାନଙ୍କ କାର୍ଯ୍ୟକ୍ରମ ମଧ୍ୟ ଦେଖିଲେ।

୨୦୧୯ରେ ରାଜନାଥ ବିଜୟାଦଶମୀରେ ଫ୍ରାନ୍ସରେ ରାଫେଲର ଶସ୍ତ୍ର ପୂଜା କରିଥିଲେ। ମାତ୍ର ଏଥର ସେ ସିକ୍କିମରେ ଦେଶର ଏହି ବୀରମାନଙ୍କ ସହିତ ଏଲଏସିରେ ଶସ୍ତ୍ର ପୂଜା କରିବେ। ଏଲଏସିରେ ମୁତୟନ ଥିବା ଯବାନଙ୍କ ମନୋବଳ ବଢ଼ାଇବା ପାଇଁ ସେ ସିକ୍କିମରେ ହିଁ ଭାରତୀୟ ସେନାଙ୍କ ସହ ଦଶହରା ପାଳିବେ।

ଶନିବାର ଦାର୍ଜିଲିଂର ୩୩ତମ କପ୍ର୍ସ ମୁଖ୍ୟାଳୟରେ ଭାରତୀୟ ସେନାର ଯବାନଙ୍କ ସହ ଦେଖାସାକ୍ଷାତ କରିଥିଲେ। ଏହା ସହ ସମସ୍ତ କାର୍ଯ୍ୟ ଓ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ସେ ଯବାନଙ୍କୁ ସମ୍ବୋଧନ କରି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଆହ୍ବାନ ଦେଇଛନ୍ତି। ଏହା ସହ ସୀମା ସଡକ ସଂଗଠନ (ବିଆରଓ) ପକ୍ଷରୁ ନିର୍ମିତ ଏକ ଯୋଜନାକୁ ମଧ୍ୟ ଉଦଘାଟନ କରିବେ।

   Related Posts