ଲଦାଖ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏଲଏସିରେ ସୁରକ୍ଷା ସ୍ଥିତିର କରିବେ ସମୀକ୍ଷା

Published By : Prameya-News7 Bureau | July 17, 2020 IST

ଶ୍ରୀନଗର, ୧୭|୦୭:  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଦୁଇଦିନିଆ ଗସ୍ତରେ ଲଦାଖରେ ପହଁଚିଛନ୍ତି । ସେ ଲଦାଖ ଓ ଜମ୍ମ-କାଶ୍ମୀରର ବିଭିନ୍ନ ସ୍ଥାନକୁ ଯାତ୍ରା କରିବେ । ତାଙ୍କ ସହ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାଓ୍ୱତ ଓ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ରହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଓ ୨ ସେନା ଅଧିକାରୀ ଶୁକ୍ରବାର ଲଦାଖର ବିଭିନ୍ନ ସ୍ଥାନ ଓ ଶନିବାର ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନକୁ ଗସ୍ତ କରିବେ ।

ଏହି ଗସ୍ତ ପୂର୍ବରୁ ରାଜନାଥ ସିଂ କହିଛନ୍ତି ଯେ, ସେ ସୀମାରେ ସ୍ଥିତିର ସମୀକ୍ଷା କରିବେ । ସଶସ୍ତ୍ର ବଳ ଓ ଯବାନଙ୍କ ସହ ଆଲୋଚନା କରିବେ ।

ରାଜନାଥ ଶୁକ୍ରବାର ପ୍ୟାଙ୍ଗଙ୍ଗ୍ ଲେକ୍ ନିକଟରେ ଥିବା ଲୁକୁଙ୍ଗ ପୋଷ୍ଟରେ ପହଁଚିବେ । ପରେ ବିମାନବନ୍ଦରରେ ବାୟୁସେନା କର୍ମଚାରୀଙ୍କ ସହ କଥା ହେବେ । ୧୧ଟା ୩୦ରେ ସେ ଶ୍ରୀନଗର ଅଭିମୁଖେ ଗସ୍ତ କରିବେ ।

ଏହାପୂର୍ବରୁ ରାଜନାଥ ଜୁଲାଇ ମାସର ଆରମ୍ଭରେ ଲେହ ଗସ୍ତ କରିଥାନ୍ତେ । କିନ୍ତୁ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୩ରେ ଲେହ ଗସ୍ତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.