Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ରାଜନାଥ ସିଂହ କହିଲେ- ଅପେକ୍ଷା କରନ୍ତୁ, ଦିନ ଆସିବ POK ଲୋକ ଭାରତରେ ସାମିଲ ହେବାକୁ ଦାବି କରିବେ

14/06/2020 at 3:04 PM

ଜାମ୍ମୁ ୧୪।୦୬: ଚୀନ ଓ ନେପାଳ ସହିତ ଜାରି ସୀମା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥି ସିଂହ ପାକିସ୍ତାନ ଉପରେ ବଡ ହମଲା କରିଛନ୍ତି। ରାଜନାଥ ସିଂହ କହିଛନ୍ତି ଅପେକ୍ଷା କରନ୍ତୁ, ଦିନ ଆସିବ ଯେବେ ପାକିସ୍ତାନ ଅଧିକୃତ କାଶ୍ମୀର(POK)ର ଲୋକେ ଭାରତରେ ସାମିଲ ହେବାକୁ ଦାବି କରିବେ।

ଭିଡିଓ କନଫରେନ୍ସିଂ ଜରିଆରେ ଜାମ୍ମୁ ଜନ ସମ୍ବାଦ ରାଲିକୁ ସମ୍ବୋଧିତ କରି ରାଜନାଥ ସିଂହ କହିଛନ୍ତି, ଧାରା ୩୭୦ ଉଚ୍ଛେଦ ପରଠୁ ଜାମ୍ମୁ-କାଶ୍ମୀର ସ୍ଥିତିରେ ଦ୍ରୁତ ଗତିରେ ପରିବର୍ତ୍ତନ ଆସିଛି। ଆଗାମୀ ୫ ବର୍ଷରେ ଆମେ ଜାମ୍ମୁ-କାଶ୍ମୀରର ଛବି ଏମିତି ବଦଳାଇ ଦେବୁ ଯେ, ଯେପରି ପିଓକେର ଲୋକେ ଭାରତରେ ସାମିଲ ହେବାକୁ ଦାବି କରିବେ। ପିଓକେବାସୀ କହିବେ ଆମକୁ ପାକିସ୍ତାନ ସହିତ ରହିବାର ନାହିଁ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେଉଁ ଦିନ ଏମିତି ହେବ ସେହି ଦିନ ଆମ ସଂସଦର ସଂକଳ୍ପ ପୂରା ହେବ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତର ପ୍ରତିରକ୍ଷା ନୀତିରେ ହେଉଥିବା ପରିବର୍ତ୍ତନର ଉଲ୍ଲେଖ କରି କହିଛନ୍ତି, ପାଗ ବଦଳି ଯାଇଛି। ଏହାର ପ୍ରଭାବ ଏବେ ଇସଲାମାବାଦରେ ମଧ୍ୟ ଦେଖିବାକୁ ମିଳିବ। ପାକିସ୍ତାନ ଛଟପଟ ହେବାର ଦୃଶ୍ୟ ସ୍ପଷ୍ଟ ଦେଖା ଯାଇ ପାରିବ। ପାକିସ୍ତାନର ସେନା ସୀମାରେ କ୍ରମାଗତ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି, ମାତ୍ର ଭାରତୀୟ ସେନା କ୍ରମାଗତ ପାକିସ୍ତାନକୁ ପ୍ରତି ଥର ମୁହଁତୋଡ ଜବାବ ଦେଉଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜାମ୍ମୁ ଜନ ସମ୍ବାଦ ରାଲିରେ ଆତଙ୍କବାଦୀଙ୍କ ହତ୍ୟାର ଶିକାର ହୋଇଥିବା ସରପଞ୍ଜ ଅଜିତ୍ ପଣ୍ଡିତଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଏହା ସହିତ ସେ ୧୯୪୭ରେ କାଶ୍ମୀର ଘାଟିରେ ତ୍ରିରଙ୍ଗା ଉଡାଇଥିବା ମହମ୍ମଦ ମକବୁଲ ଶେରଓ୍ଵାନୀଙ୍କୁ ମଧ୍ୟ ମନେ ପକାଇଛନ୍ତି।  

   Related Posts