ଆସନ୍ତାକାଲି ଅଟଳ ରୋହତଙ୍ଗ୍ ଟନେଲ୍ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି: ଦିନେ ପୂର୍ବରୁ ମନାଲିରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

Published By : Prameya-News7 Bureau | October 02, 2020 IST

ମନାଲି ୦୨/୧୦ : ହିମାଚଳ ପ୍ରଦେଶ ମନାଲି ସ୍ଥିତ ଅଟଳ ରୋହତଙ୍ଗ ଟନେଲ ଉଦଘାଟନକୁ ଦିନେ ରହିଲା । ଅକ୍ଟୋବର ୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଅଟଳ ଟନେଲ ଉଦଘାଟନ କରିବେ । ମୋଦି ଆସିବା ଦିନେ ପୂର୍ବରୁ ଶୁକ୍ରବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମନାଲିରେ ପହଞ୍ଚିଛନ୍ତି ।

{"id":337736,"sizeSlug":"large"}

ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଠାକୁର, ସାଂସଦ ରାମସ୍ୱରୋପ ସାସେ ହେଲିପ୍ୟାଡରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ଏହି ସମୟ ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଅଛନ୍ତି।

{"id":337730,"sizeSlug":"large"}

ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିକା ତରଫରୁ କାର୍ଯ୍ୟକ୍ରମରେ ବୟସ୍କ ଲୋକଙ୍କୁ ନ ଆସିବାକୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଶାନ୍ତା କୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୁମଲ ଯୋଗ ନ କରିପାରନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ କୁଲ୍ଲୁ ଗସ୍ତକୁ ସୁରକ୍ଷା ଦୃଷ୍ଟିରୁ  ଜିଲ୍ଲା ପ୍ରଶାସନ ମନାଲି ଏବଂ ଏହାର ଆଖପାଖ ଅଞ୍ଚଳରେ ଧାରା ୧୪୪ ଲାଗୁ କରିଛନ୍ତି । ଏସପିଜି ଟିମ ଗୁରୁବାର ଦିନ ନର୍ଥ ପୋର୍ଟାଲ ଏବଂ ସିସୁ ଜନସଭା ସ୍ଥଳ ଆଖପାଖ ଅଞ୍ଚଳରେ ସୁରକ୍ଷା ସ୍ଥିତି ଯାଞ୍ଚ କରିଛନ୍ତି ।

{"id":337734,"sizeSlug":"large"}

ଶନିବାର ସକାଳ ୧୦ଟା ରେ ପ୍ରଧାନମନ୍ତ୍ରୀ ମୋଦି ଅଟଳ ରୋହତଙ୍ଗ ଟନେଲ ଉଦଘାଟନ କରିବେ । ଏହାପରେ ସେ ଲାହୋଲ ଓ ମନାଲିରେ ୩ଟି ଜାଗାରେ ସଭା କରିବେ । ଉଦଘାଟନ ପରେ ମୋଦି ଟନେଲ ଦେଇ ମନାଲି ଯିବେ । ୧୦ ବର୍ଷ ପରେ ଟନେଲ ପ୍ରସ୍ତୁତ ହୋଇଛି । ଏହି ଟନେଲ ନିର୍ମାଣରେ ୩ ହଜାର ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

{"id":337735,"sizeSlug":"large"}

ଅଟଳ ରୋହତଙ୍ଗ ସୁଡ଼ଙ୍ଗର ନାମ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ନାମିତ କରାଯାଇଛି । ୧୦ ହଜାର ୧୭୧ ଫୁଟ ଉଚ୍ଚରେ ତିଆରି ହୋଇଥିବା ଏହି ଅଟଳ ରୋହଟାଙ୍ଗ ଟନେଲ ଏହାକୁ ରୋହଟାଙ୍ଗ ପାସ୍ ସହିତ ସଂଯୋଗ କରି ନିର୍ମାଣ କରାଯାଇଛି । ଏହା ଦୁନିଆର ସବୁଠାରୁ ଉଚ୍ଚ ଓ ସବୁଠାରୁ ଲମ୍ବା ସଡକ ସୁଡ଼ଙ୍ଗ ପଥ । ଏହା ପାଖାପାଖି ୮.୮ କିମି ଲମ୍ବ । ଏହାର ଦୈର୍ଘ୍ୟ ୧୦ ମିଟର ।

{"id":337732,"sizeSlug":"large"}

ଏହି ସୁଡ଼ଙ୍ଗ ଦ୍ୱାରା ମନାଲି ଓ ଲେହ ମଧ୍ୟରେ ଦୂରତା ୪୬ କିମି କମ ହୋଇଯିବ । ବର୍ତ୍ତମାନ ମନାଲିରୁ ଲାହୌଲ୍ ଘାଟି ଯାଏଁ ଯାତ୍ରା କରିବାକୁ ୫ ଘଣ୍ଟା ସମୟ ଲାଗୁଥିଲା ତାହା ଏବେ ୧୦ ମିନିଟରେ ପୁରା ହେବ । ଏହି ସୁଡ଼ଙ୍ଗ ଭିତରେ ଯେକୌଣସି ବାହନ ଘଣ୍ଟା ପ୍ରତି ୮୦ କିମି ବେଗରେ ଗତି କରିପାରିବ । ଏହି ସୁଡ଼ଙ୍ଗ ନିର୍ମାଣ କାମ ୨୦୧୦ ମସିହା ଜୁନ ୨୮ ତାରିଖରେ ଆରମ୍ଭ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.