Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଯୁଦ୍ଧ କରିବାକୁ ରାମ୍ପି ବିଦାରି ହେଉଛି ପାକିସ୍ତାନ ! ଚେତେଇ ଦେଲେ ଭାରତର ପ୍ରତିରକ୍ଷା ମନ୍ତ୍ରୀ

29/08/2019 at 6:44 PM

ନୂଆଦିଲ୍ଲୀ ୨୯।୮- କାଶ୍ମୀର ପ୍ରସଙ୍ଗରେ ପୁଣି ଥରେ ପାକିସ୍ତାନକୁ ଚେତେଇ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କାଶ୍ମୀର କେବେ ପାକିସ୍ତାନର ଥିଲା ଯେ ଏବେ ତା ପାଇଁ କାନ୍ଦୁଛି ବୋଲି କହିଛନ୍ତି ରାଜନାଥ । କେବଳ ପିଓକେ ନୁହେଁ ବେଲୁଚିସ୍ତାନ ଗିଲିଗିଟ୍ ମଧ୍ୟ ଭାରତର ଅଂଶ ଥିଲା ରାଜନାଥ କହିଛନ୍ତି । ଭାରତ ବିରୋଧରେ ଯୁଦ୍ଧର ହୁଂକାର ଦେଉଥିବା ପାକିସ୍ତାନ ଆଜି ଗଜନୀ ମିସାଇଲ ପରୀକ୍ଷଣ କରି ଭାରତକୁ ଭୟଭୀତ କରିବାକୁ ଚେଷ୍ଟା କରିଛି । ତେବେ ଗଜନୀ ମିସାଇଲକୁ ଟକ୍କର ଦେବାକୁ ଭାରତ ପାଖରେ ରହିଛି ଚାରିଟି ମିସାଇଲ ।

ଯୁଦ୍ଧ କରିବାକୁ ରାମ୍ପି ବିଦାରି ହେଉଛି ପାକିସ୍ତାନ। ଗତକାଲି ପାକିସ୍ତାନ ରେଳମନ୍ତ୍ରୀ ଅକ୍ଟୋବରରେ ଯୁଦ୍ଧ କରିବା ଲାଗି ସମରସଜ୍ଜା କରୁଛି। ଗୋଟିଏ ପଟେ ସୀମାରେ ଗୁଳି ବର୍ଷଣ କରୁଛି। ସେପଟେ ଆଜି ପରୀକ୍ଷଣ କରିଛି ଗଜନୀ ମିସାଇଲ୍ । ଏହା ୩୦୦ କିଲୋମିଟର୍ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି । ଗଜନୀ କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରି ପାରିବ । ପରମାଣୁ ଯୁଦ୍ଧର ଧମକ ଦେଉଥିବା ପାକିସ୍ତାନ, ଗଜନୀ ପରୀକ୍ଷଣ କରି ଭାରତକୁ ଡରେଇବାକୁ ଚେଷ୍ଟା କରୁଛି।

ଚୀନ ସହାୟତାରେ ତିଆରି କରିଥିବା ପାକିସ୍ତାନର ଏହି ଗଜନୀ କ୍ଷେପଣାସ୍ତ୍ରର ଟାର୍ଗେଟ ଏରିଆ ଭିତରେ ଭାରତର ଦିଲ୍ଲୀ ମୁମ୍ବାଇ ଭଳି ବଡ଼ ସହର ଆସିପାରେ। କିନ୍ତୁ ପାକିସ୍ତାନ ଭୁଲି ନଯାଉ ପାକିସ୍ତାନର ଏହି ଚାଇନାମାଲକୁ ଫୁସକେଇ ଦେବା ପାଇଁ ଭାରତ ପାଖରେ ଅଛି ଆଣ୍ଟି ମିଜାଇଲ୍ କ୍ଷମତା। ଯେଉଁଥିରେ ଭାରତ ଆମେରିକା, ଫ୍ରାନ୍ସ, ରୁଷ ଭଳି ଦେଶ ସହିତ ସମକକ୍ଷ।  ଆଉ ତା ସହିତ ଗଜନୀକୁ ଟକ୍କର ଦେବା ପାଇଁ ଭାରତ ପାଖରେ ରହିଛି ଚାରିଟି ମିସାଇଲ ପୃଥ୍ବୀ-୨,ପୃଥ୍ବୀ-୩,ଧନୁଷ ଏବଂ ଅଳ୍ପ ଦୂରଗାମୀ କ୍ରୁଜ ମିସାଇଲ ବ୍ରହ୍ମୋସ। ସେହିପରି ଅଗ୍ନି ୫ର ଟାର୍ଗେଟ ଭିତରେ ପୂରା ପାକିସ୍ତାନ ଚାଲିଆସିବ।

ସେପଟେ ଲଦାଖରେ ଗୁରୁବାରରେ ପାକିସ୍ତାନକୁ ଜବାବ ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ଧାରା ୩୭୦ ହଟିବା ପରେ ପ୍ରଥମଥର ପାଇଁ ଲଦାଖ ଯାଇଥିଲେ ରାଜନାଥ। କହିଥିଲେ  କାଶ୍ମୀର କେବେ ପାକିସ୍ତାନର ଥିଲା ଯେ ଏବେ ତା ପାଇଁ କାନ୍ଦୁଛି? କାଶ୍ମୀର ସବୁ ସମୟରେ ଭାରତର  ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଅଛି  ଏବଂ ରହିବ ବୋଲି କହିଛନ୍ତି ରାଜନାଥ।

କାଶ୍ମୀରରୁ ଧାରା ୩୭୦ ଉଠିବା ପରେ  ଔଷଧ ବିକଳରେ ତାଟିଆ କାମୁଡୁଛି ପାକିସ୍ତାନ। ଭାରତ ବିରୋଧରେ ବିଳିବିଳଉଥିବା ପାକିସ୍ତାନ ଶେଷ ଯୁଦ୍ଧ ଲଢ଼ିବା ପାଇଁ ଖୁପୁରୁଖୁପୁରୁ ହେଉଛି। ଆଜି ଗଜନୀ ମିସାଲଇଲ ପରୀକ୍ଷଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।

   Related Posts