ବାୟୁସେନାକୁ ମିଳିଲା ଶତ୍ରୁ ବିରୋଧରେ ଅଚୁକ ହତିୟାର, ଏକ ସମୟରେ ଅଲଗା ଅଲଗା ୧୬ ଟାର୍ଗେଟକୁ ନିକ୍ଷେପ କରିବ୨୪ ମିସାଇଲ

Published By : Prameya-News7 Bureau | September 09, 2021 IST

ଜୈସାଲମେର ୯।୯: କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଜୟସାଲମେରରେ ଭାରତୀୟ ବାୟୁସେନା (ଆଇଏଏଫ)କୁ ମିସାଇଲ ଏୟାର ଡିଫେନ୍ସ ସିଷ୍ଟମ  ‘ଏମଆର ସାମ’ ଅର୍ପିତ କରିଛନ୍ତି।  ଫଳରେ ବାୟୁସେନାଙ୍କ ୨୦୨୪ ସ୍କ୍ୱାଡ୍ରନରେ ମିଡିୟମ ରେଞ୍ଜ ସର୍ଫେସ ଟୁ ଏୟାର ମିସାଇଲ ସିଷ୍ଟମ ଅଧିକାରୀକ ସାମିଲ ହୋଇଯାଇଛି।

ଏହି ପ୍ରତିରକ୍ଷା ପ୍ରଣାଳୀକୁ ଭାରତୀୟ ପ୍ରତିରକ୍ଷା ଗବେଷଣା ସଙ୍ଗଠନ (ଡିଆରଡିଓ) ଇସ୍ରାଏଲଙ୍କ ଏରୋସ୍ପେସ୍ ଇଣ୍ଡଷ୍ଟ୍ରି ସହ ମିଳିତ ବିକଶିତ କରିଛନ୍ତି। ଯାହା ଶତ୍ରୁଙ୍କ ବିମାନ ଓ ଗାଇଡେଡ ଅସ୍ତ୍ରଶସ୍ତ୍ର କବଳରୁ ନିଜ ଅଞ୍ଚଳ ଓ ଫୋର୍ସଙ୍କୁ ସୁରକ୍ଷା ଯୋଗାଇପାରିବ। ଏହି ପ୍ରଣାଳୀ ଡେଡିକେଟେଡ ରାଡାର ଦ୍ୱାରା ଏକାକୀ ଫାଇରିଂ ୟୁନିଟ ଭାବେ ମଧ୍ୟ ସକ୍ଷମ ହୋଇପାରିବ। ଏଣୁ ବିପଦ ପାରମ୍ପରିକ ହେଉ ଅଥବା ଅତ୍ୟାଧୁନିକ ଏହି ପ୍ରଣାଳୀ ଖୁବଶୀଘ୍ର ପ୍ରତିକ୍ରିୟା ବ୍ୟକ୍ତ କରି ଶତ୍ରୁର ଉଦ୍ଦେଶ୍ୟ ପଣ୍ଡ କରିପାରିବ।

{"id":509016,"width":838,"height":553,"sizeSlug":"full","linkDestination":"none"}

ଏହି ପ୍ରଣାଳୀ ଗୋଟିଏ ଥରରେ ଶତ୍ରୁର ଅଲଗା ଅଲଗା ୧୬ଟି ଠିକଣାକୁ ଟାର୍ଗେଟ୍ କରି ୨୪ଟି କ୍ଷେପଣାସ୍ତ୍ର ନିକ୍ଷେପ କରିପାରୁଛି। ଯେଉଁଥିରେ ଏକ ସୁପରସୋନିକ କ୍ଷେପଣାସ୍ତ୍ର ମଧ୍ୟ ରହୁଛି। ଯାହା ଶତ୍ରୁକୁ ତା ଠିକଣାରେ ଖୋଜି ନିଶେଷ କରିପାରିବ। ଏହାର ରେଞ୍ଜ ୭୦ କିଲୋମିଟର ପର୍ଯ୍ୟନ୍ତ ରହିଛି। ତେବେ ବିମାନ ଲାଗି ଏହା ୧୧୦ କିଲୋମିଟର ଦୂରରେ ଶତ୍ରୁକୁ ନିଶେଷ କରିବାକୁ କ୍ଷମତା ରଖୁଛି। ଏହା ଏକ ମୋବାଇଲ ଭର୍ଟିକାଲ ଲଞ୍ଚର। ଯାହାକୁ ଖୁବ୍ କମ ସମୟରେ କୌଣସି ସ୍ଥାନକୁ ନେଇ ମୁତୟନ କରିହେବ।

ଏହି ସିଷ୍ଟମର ଗୋଟିଏ ବ୍ୟାଟେରୀରେ ୩ଟି ଲଞ୍ଚର ରହିଛି। ସେହିପରି ପ୍ରତି ଲଞ୍ଚରରେ ୮ଟି କରି ଟ୍ୟୁବ ରହିଛି। ଥରେ ସବୁ କ୍ଷେପଣାସ୍ତ୍ର ଲଞ୍ଚ ହୋଇସାରିବାର କିଛି ସମୟ ମଧ୍ୟରେ ଏହା ପୁଣି ରିଲୋଡ ହୋଇ ଶତ୍ରୁକୁ ମାଟି ଚଟେଇବ। ଏଣୁ ସୀମା ସେପାଖରୁ ହେଉଥିବା ଶତ୍ରୁଙ୍କ ଯେ କୌଣସି ଆକ୍ରମଣର ଏବେ ଜବାବ ଦେବା ଆହୁରି ସହଜ ହେବ ବୋଲି ଏହି ଅବସରରେ ରାଜନାଥ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.