ମୋଦିଙ୍କ ବିଦେଶ ଯାତ୍ରା ବ୍ୟର୍ଥ ଯାଇନାହିଁ, କାଶ୍ମୀର ପ୍ରସଙ୍ଗରେ ଭାରତକୁ ଖୋଲା ସମର୍ଥନ କଲା ଋଷ, ସୁରକ୍ଷା ବିଶେଷଜ୍ଞ ପ୍ରଧାନମନ୍ତ୍ରୀଙ୍କୁ କଲେ ପ୍ରଶଂସା

Published By : Prameya-News7 Bureau | September 03, 2019 IST

ନୂଆଦିଲ୍ଲୀ୩|୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଋଷ ଗସ୍ତ ନେଇ ଚର୍ଚ୍ଚା ଚାଲିଛି। ଭାରତର ଏଭଳି ପରିସ୍ଥିତିରେ କାହିଁକି ବିଦେଶ ଯାତ୍ରା ପ୍ରଧାନମନ୍ତ୍ରୀ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଋଷର ଏକ ଛୋଟ କାର୍ଯ୍ୟକ୍ରମରେ ପିଏମ ମୋଦି ଯୋଗଦାନ ଦେବାଲାଗି ଋଷ ଗସ୍ତ କାହିଁକି କରୁଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ହେଲେ ତାଙ୍କ ଗସ୍ତ ଭାରତ ପାଇଁ ଏକ ବଡ଼ ଫାଇଦା ଦେବେ ବୋଲି ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। କାଶ୍ମୀର ପ୍ରସଙ୍ଗରେ ଭାରତକୁ ସମ୍ପୂର୍ଣ୍ଣ ସମର୍ଥନ ଦେଛଛି ଋଷ। କାଶ୍ମୀର ପ୍ରସଙ୍ଗକୁ ନେଇ ପୂର୍ବରୁ ଋଷ କହିଥିଲା ଯେ, କାଶ୍ମୀର ଉପରେ ଭାରତ ନେଇଥିବା ଐତିହାସିକ ନିଷ୍ପତ୍ତି ବହୁ ପୂର୍ବରୁ ନେବାରେ ଥିଲା। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସମେତ ଆତଙ୍କବାଦୀଙ୍କ ମୂଳ ପୋଛ ହୋଇଯାଇଛି ବୋଲି ଋଷ କହିଛି।

ସୂଚନାଯୋଗ୍ୟ ଯେ, ଇଷ୍ଟର୍ଣ୍ଣ ଇକୋନମିକ୍ ଫୋର୍ମର ଏକ ବୈଠକରେ ଯୋଗଦେବା ପାଇଁ ପିଏମ ମୋଦି ଋଷ ଗସ୍ତ କରିଛନ୍ତି। ଋଷ ଗସ୍ତରେ ମୋଦି ଯିବା ଏକ ପ୍ରକାର ଭାରତ ପାଇଁ ଫାଇଦା ଦେବ ବୋଲି ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି। ସେଠାରେ କାଶ୍ମୀର ପ୍ରସଙ୍ଗ ସହ ଉଭୟ ଦେଶ ମଧ୍ୟରେ ୨୫ଟି ଯୁକ୍ତିନାମା ସ୍ବାକ୍ଷର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ୟବସାୟ, ନିବେଶ ଓ ଶକ୍ତି ଆଦିଭଳି ୨୫ଟି ଯୁକ୍ତିନାମାରେ ସାମିଲ ଅଛି।

ସୁରକ୍ଷା ବିଶେଷଜ୍ଞମାନେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ମୋଦିଙ୍କ ବିଦେଶ ଯାତ୍ରା ବ୍ୟର୍ଥ ଯାଇ ନାହିଁ ବରଂ ଅସମୟେରେ ଭାରତକୁ ସବୁ ଦେଶ ସହଯୋଗର ହାତ ବଢ଼ାଇଛନ୍ତି ବୋଲି ସୁରକ୍ଷା ବିଶେଷଜ୍ଞ କହିଛନ୍ତି। ଅବଜର୍‌ଭର ରିସର୍ଚ ପାଉଣ୍ଡେସନର ପ୍ରଫେସର ହର୍ଶ ଭି ପନ୍ତ କହିଛନ୍ତି ଯେ, କେବଳ କାଶ୍ମୀର ନୁହେଁ ଭାରତର ଉପରକୁ ଯେତେବେଳେ ବିପଦ ଆସିଛି ଋଷ ସବୁବେଳେ ସାଥ୍‌ ଦେଇଛି। ସେଥିଲାଗି ପାକିସ୍ତାନ ଓ ଚୀନ ଦୁଇଟି କୁଚକ୍ରାନ୍ତକାରୀ ଦେଶ ପ୍ରତ୍ୟେକ କ୍ଷେତ୍ରରେ ଋଷକୁ ବିରୋଧ କରିଥାନ୍ତି ବୋଲି ହର୍ଶ କହିଛନ୍ତି। କାଶ୍ମୀର ମାମଲାରେ ଭାରତକୁ ଖୋଲା ସମର୍ଥନ ଋଷ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.