ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସାକ୍ଷାତ, ପ୍ରତିରକ୍ଷା କ୍ଷେତ୍ରରେ ହେବ ବଡ ଡିଲ୍

Published By : Prameya-News7 Bureau | February 25, 2020 IST

ନୂଆଦିଲ୍ଲୀ ୨୫।୨: ଭାରତ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ତାଙ୍କ ପତ୍ନୀ ମେଲାନିଆ ଦିଲ୍ଲୀ ସ୍ଥିତ ଆଇଟିସି ମୌର୍ଯ୍ୟ ହୋଟେଲରେ ରାତ୍ରି ଯାପନ କରିଛନ୍ତି । ଆଜି ସକାଳ ସାଢେ ୧୦ଟାରେ ସେଠାରୁ ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଦେବେ ଟ୍ରମ୍ପ୍ ଦମ୍ପତି । ଏହାପରେ ସକାଳ ୧୧ଟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

{"id":228661,"sizeSlug":"large"}

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଭାରତ-ଆମେରିକା ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ନିବିଡ କରିବା ଲାଗି ବିସ୍ତୃତ ଆଲୋଚନା ହେବ। ପ୍ରତିରକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦୁଇଟି ବଡ ଡିଲ୍ ହେବାର ସମ୍ଭାବନା ରହିଛି ।

{"id":228541,"sizeSlug":"large"}

ନୌସେନା ପାଇଁ   ଭାରତ ଆମେରିକାଠାରୁ ୨୪ଟି MH-60R ହେଲିକପ୍ଟର ଓ ସ୍ଥଳସେନା ପାଇଁ ଭାରତ ୬ଟି AH-64E APACHE ହେଲିକପ୍ଟର କିଣିବା ନେଇ ଚୁକ୍ତି ସ୍ବାକ୍ଷର କରିବା ନେଇ ଆଲୋଚନା ଚାଲିଛି  ।

{"id":228709,"width":577,"height":381,"sizeSlug":"large"}

ସଂଧ୍ୟା ୭ଟା ୩୦ରେ ରାଷ୍ଟ୍ରପତି ଭବନରେ ରାମନାଥ କୋବିନ୍ଦଙ୍କୁ ଭେଟି ସାକ୍ଷାତ ଆଲୋଚନା କରିବେ । ରାତି ୧୦ଟାରେ ଆମେରିକା ଫେରିଯିବେ ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପରିବାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.