Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଚୀନ ସହ ବିବାଦ: ଆହୁରି ଶକ୍ତିଶାଳୀ ହେବ ବାୟୁସେନା, ଭାରତକୁ ୩୩ ଲଢୁଆ ବିମାନ ଦେବ ରୁଷ

2/07/2020 at 4:42 PM

ନୂଆଦିଲ୍ଲୀ ୦୨।୦୭: ଲଦାଖରେ ଚୀନ ସହିତ ବିବାଦ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫୋନରେ କଥାବାର୍ତ୍ତା ହୋଇଛନ୍ତି। ଏହା ପରେ ଭାରତ ଓ ରୁଷ ମଧ୍ୟରେ ଏକ ବଡ ରାଜିନାମା ହୋଇଥିବା ସୂଚନା ଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ରୁଷରୁ ୩୩ ଲଢୁଆ ବିମାନ କିଣିବାକୁ ଘୋଷଣା କରିଛି। ଏଥିପାଇଁ ମୋଟ୍ ୧୮ ହଜାର ୧୪୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏଥିରେ ଭାରତ ନିଜର ମିତ୍ର ଦେଶ ରୁଷଠୁ ସୁଖୋଇ-୩୦ ଓ ମିଗ୍-୨୯ ଲଢୁଆ ବିମାନ କ୍ରୟ କରିବ। ଉଲ୍ଲେଖନୀୟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା  ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି ଯେ, ଭାରତ ଓ ରୁଷ ମଧ୍ୟରେ ସାମରିକ ସମ୍ବନ୍ଧ ଆହୁରି ମଜବୁତ ହେବ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରଣାଳୟ ରୁଷଠୁ ୩୩ ନୂତନ ଲଢୁଆ ବିମାନ କିଣାକୁ ମଞ୍ଜୁରୀ ଦେଇଛି। ଏଥିରେ ୧୨ ସୁଖୋଇ ବିମାନ ଓ ୨୧ଟି ମିଗ୍‌-୨୯ ସାମିଲ। ଏହା ସହିତ ପୂର୍ବରୁ ଥିବା ୫୯ ମିଗ୍‌-୧୯କୁ ଅପଗ୍ରେଡ୍ କରାଯିବ। ଏହି ପୂରା ପ୍ରୋଜେକ୍ଟ ପାଇଁ ୧୮,୧୪୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଅତିରିକ୍ତ ୨୪୮ ଏୟାର ମିଜାଇଲ୍‌ କିଣାକୁ ମଧ୍ୟ ମଞ୍ଜୁରୀ ଦେଇଛି। ଏହା ଭାରତୀୟ ବାୟୁସେନା ଓ ନୌସେନାକୁ ଆହୁରି ସଶକ୍ତ କରିବ।  ଏଥିସହ ଡିଆରଡିଓ ଦ୍ଵାରା ନିର୍ମିତ ଏକ ହଜାର କିଲୋମିଟର ବିଶିଷ୍ଟ କ୍ରୁଜ୍ ମିଜାଇଲ୍‌ର ଡିଜାଇନକୁ ମଧ୍ୟ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଛି।

ଆତ୍ମ ନିର୍ଭର ଭାରତ ଉପରେ ଜୋର

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛନ୍ତି, ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ମୋଟ୍ ୩୮,୯୦୦ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏଥିରେ ଭାରତୀୟ ଶିଳ୍ପ ୩୧ ହଜାର କୋଟି ଟଙ୍କା ବିନିଯୋଗ କରିବେ। ଏହି ଅର୍ଥରେ ପିନାକା ରକେଟ୍ ଲଞ୍ଚରର ଗୋଳାବାରୁଦ କିଣାଯିବ। ଏହା ବ୍ୟତୀତ ଲଢୁଆ ବିମାନକୁ ଅପଗ୍ରେଡିଙ୍ଗ କରାଯିବ।

ଜୁଲାଇରେ ଆସୁଛି ରାଫେଲ

ଚୀନ ସହ ବିବାଦ ମଧ୍ୟରେ ଜୁଲାଇ ୨୭ରେ ପ୍ରଥମ ଦଫାରେ ୬ ରାଫେଲ ବିମାନ ଭାରତ ପହଞ୍ଚିବ। ଦୁନିଆର ସବୁଠୁ ଘାତକ ମିଜାଇଲ ଓ ସେମି ଷ୍ଟିଲ୍‌ଥ ଜ୍ଞାନ କୌଶଳରେ ନିର୍ମିତ ଏହି ବିମାନ ଭାରତୀୟ ବାୟୁସେନାରେ ସାମିଲ ହେଲେ ଦେଶର ସାମରିକ ଶକ୍ତି ଅନେକ ଗୁଣା ବଢିଯିବ। ଭାରତ ଆସୁଥିବା ଏହି ଲଢୁଆ ବିମାନରେ ଦୁନିଆର ସବୁଠୁ ଆଧୁନିକ ଆକାଶରୁ ଆକାଶରେ ଲକ୍ଷ୍ୟଭେଦ କରୁଥିବା ମିଟିଅର ମିସାଇଲ ମଧ୍ୟ ଲାଗିବ। ୬ ରାଫେଲ ଫ୍ରାନ୍ସର ବୋର୍ଡୋକ୍ସରୁ ଉଡାଣ ଭରି ଭାରତରେ ପହଞ୍ଚିବ।

   Related Posts