Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିଲା ପୂର୍ବତନ ନୌସେନା ଅଧିକାରୀଙ୍କ ମାରପିଟ୍ ଘଟଣା, ପ୍ରତିରକ୍ଷା ମନ୍ତ୍ରୀ କହିଲେ- ବରଦାସ୍ତ କରାଯାଇ ପାରିବ ନାହିଁ

12/09/2020 at 5:43 PM

ମୁମ୍ବାଇ ୧୨।୦୯: ମୁମ୍ବାଇର ସମତା ନଗରରେ ନୌସେନାର ପୂର୍ବତନ ଅଧିକାରୀ ମଦନ ଶର୍ମାଙ୍କୁ ଶିବସେନାର କର୍ମୀ ମାଡ ମାରିବା ବିବାଦ ବଢିବାରେ ଲାଗିଛି। ଏହି ପ୍ରସଙ୍ଗ ଏବେ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିଛି।  ଗୋଟିଏ ପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ଘଟଣାକୁ ନେଇ ଉଦ୍ଧବ ସରକାରଙ୍କ ଉପରେ ଶାଣିତ ସ୍ଵରରେ ହମଲା କରିଥିବା ବେଳେ ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମାଙ୍କ ସହିତ କଥା ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ପୂର୍ବତନ ସୈନିକଙ୍କ ଉପରେ ଏହି ଧରଣର ଆକ୍ରମଣ ଘୋର ନିନ୍ଦନୀୟ ଏବଂ ଅମାନବୀୟ।

ରାଜନାଥ ସିଂହ କହିଛନ୍ତି ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମାଙ୍କ ସହ କଥା ହୋଇ ତାଙ୍କ ସ୍ଵାସ୍ଥ୍ୟ ବିଷୟରେ ପଚାରି ବୁଝିଲି। ପୂର୍ବତନ ସୈନିକଙ୍କ ଉପରେ ଏହି ଧରଣର ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ଓ ଅପମାନଜନକ। ସେ ମଦନ ଶର୍ମାଙ୍କ ଶୀଘ୍ର ସୁସ୍ଥ ହେବାର କାମନା କରିଛନ୍ତି। ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ କହିଛନ୍ତି ଏହା ବହୁତ ଭୁଲ୍ ଏବଂ ରାଜ୍ୟ ପ୍ରାୟୋଜିତ ଆତଙ୍କର ସ୍ଥିତି। ଏହି ଘଟଣାରେ ୧୦ ମିନିଟ୍‌ରେ ୬ ଜଣ ଅଭିଯୁକ୍ତଙ୍କୁ ଛାଡି ଦିଆଗଲା।

ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ବନ୍ଧିତ ଏକ କାର୍ଟୁନ ସେୟାର କରିବା ନେଇ ମଦନ ଶର୍ମାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଏହା ପରେ ତାଙ୍କ ଝିଅ ଶୀଲା ଶର୍ମା ଶିବସେନାକୁ ଦୋଷୀ ବିବେଚନା କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଅପିଲ କରିଥିଲେ। ଶୀଲା ଦାବି କରିଥିଲେ ଯେ ତାଙ୍କ ବାପା ମଦନ ଶର୍ମାଙ୍କୁ ଗୋଟିଏ ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ଫରଓ୍ଵାର୍ଡ କରିବା କାରଣରୁ ଧମକ ମିଳୁଥିଲା। ଏବେ ଶିବସେନାର କିଛି ଲୋକ ତାଙ୍କ ଉପରେ ଆକ୍ରମଣ କରିଛନ୍ତି।

   Related Posts