ଆତଙ୍କବାଦୀ ସାହାରା ନେଇ ଭାରତ ସହ ଲଢୁଥିବା ଛଦ୍ମ ଯୁଦ୍ଧରେ ପାକିସ୍ତାନ କେବେ ଜିତି ପାରିବ ନାହିଁ -ରାଜନାଥ ସିଂହ

Published By : Prameya-News7 Bureau | November 30, 2019 IST

ମୁମ୍ବାଇ ୩୦।୧୧: ଆତଙ୍କବାଦୀଙ୍କ ଫ୍ୟାକ୍ଟ୍ରି ପାକିସ୍ତାନ । ଆଉ ପାକିସ୍ତାନ ଆତଙ୍କବାଦୀଙ୍କ ସାହାରାରେ ଭାରତ ସହ ଛଦ୍ମ ଯୁଦ୍ଧ କରିବାରେ ଲିପ୍ତ ରହିଛି । ସେ ଏହି ଯୁଦ୍ଧରେ କେବେ ଜିତି ପାରିବ ନାହିଁ ବୋଲି ରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି । 

{"id":192036,"sizeSlug":"large"}

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ପୁନେରେ ରାଷ୍ଟ୍ରୀୟ ରକ୍ଷା ଏକାଡେମୀର ୧୩୭ତମ କୋର୍ସ ପୂର୍ତ୍ତି ଅବସରରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନାଥ ସିଂହ କହିଛନ୍ତି ଯେ, ପାକିସ୍ତାନ ଆତଙ୍କବାଦୀଙ୍କ ସାହାରାରେ ଭାରତ ସହ ଛଦ୍ମ ଯୁଦ୍ଧ କରିବାରେ ଲିପ୍ତ ରହିଛି ।  କିନ୍ତୁ ଏହି ଯୁଦ୍ଧରେ ପାକିସ୍ତାନ ଜିତି ପାରିବ ନାହିଁ ବୋଲି ଦାବୀ କରି କହିଛନ୍ତି ରାଜନାଥ ସିଂହ । ରାଜନାଥ ଏହା ମଧ୍ୟ କହିଛନ୍ତି ଯେ, ଆତଙ୍କବାଦୀ ପ୍ରସଙ୍ଗରେ ସାରା ବିଶ୍ବରେ ପାକିସ୍ତାନର କାରନାମାର ପର୍ଦ୍ଦାଫାସ ହୋଇଛି । ଯେଉଁଭଳି ଭାବରେ ପାକିସ୍ତାନ ଆତଙ୍କବାଦୀଙ୍କୁ ସାଥ୍ ଦେଉଥିବା ପ୍ରସଙ୍ଗ ଅନ୍ତରାଷ୍ଟ୍ରୀୟ ସ୍ତରରେ ପହଂଚିଛି ତାକୁ ଏକଘରିକିଆ କରିଛି ସାରା ଦୁନିଆ ।ଆତଙ୍କବାଦୀଙ୍କ ସହଯୋଗ ଦେଇ ପାକିସ୍ତାନ ଭାରତ ସହ ଯେଉଁ ଯୁଦ୍ଧ କରୁଛି ସେଥିରେ ସେ ନିଶ୍ଚିତ ହାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.