ଲଦାଖରେ ଉତ୍ତେଜନା : ଭାରତ ପରେ ଚୀନ୍ ବି ଦାବି କଲା , ଆମର ଏକାଧିକ ସୈନ୍ୟ ନିହତ , ଏପଟେ ଜରୁରୀ ବୈଠକ ଡାକିଲେ ରାଜନାଥ ସିଂହ

Published By : Prameya-News7 Bureau | June 16, 2020 IST

ନୂଆଦିଲ୍ଲୀ ୧୬।୦୬:  ଭାରତ-ଚୀନ୍‌ ସୀମାରେ ପୁଣି ଉତ୍ତେଜନା ଦେଖାଦେଇଛି । ଏଥିରେ ଜଣେ ଅଫିସରଙ୍କ ସହ ୨ ଜଣ ଯବାନ ସହିଦ ହୋଇଛନ୍ତି। ସୀମାର ସ୍ଥିତି ଦେଖି ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ବୈଠକରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ, ବିଦେଶ ମନ୍ତ୍ରୀ ଡ. ଏସ୍‌ ଜୟଶଙ୍କର ଏବଂ ଚିପ୍‌ ଡିଫେନ୍ସ ଷ୍ଟାପ୍‌ ଜେନେରାଲ୍‌ ବିପିନ ରାଓ୍ୱତ ଉପସ୍ଥିତ ରହିବେ । ଏବଂ ସୀମାରେ ଦେଖାଦେଉଥିବା ଉତ୍ତେଜନା ସମ୍ପର୍କରେ ଆଲୋଚନା କରାଯିବ । ପୂର୍ବ ଲଦାଖର ଗଲଓ୍ୱାନ ଘାଟିରେ ଦେଖାଦେଇଥିବା ଉତ୍ତେଜନା ପ୍ରସଙ୍ଗରେ ଆଲୋଚନା କରାଯିବ ।

wp:html /wp:html

ସୂଚନାଯୋଗ୍ୟ ଯେ, ଲଦାଖର ଗଲୱାନଠାରେ ଗତକାଲି ରାତିରେ ଦୁଇ ପକ୍ଷ ସେନା ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଗଲୱାନରୁ ଉଭୟ ପକ୍ଷର ସେନା ପଛକୁ ହଟିବା ସମୟରେ ଉତ୍ତେଜନା ଦେଖାଦେଇଥିଲା। ଭାରତୀୟ ଯବାନମାନେ ଏହାର ପ୍ରତିବାଦ କରିବା ସମୟରେ ଦୁଇ ପକ୍ଷ ମଧ୍ୟରେ ହାତାହାତି ହୋଇଥିଲା।  ପରେ  ଉତ୍ତେଜନା ତୀବ୍ର ରୂପ ଧାରଣ କରିଥିଲା।  ଏହା ଦ୍ବାରା ଜଣେ ଅଫିସର ଓ ଦୁଇ ଜଣ ଯବାନ ସହିଦ ହୋଇଥିବା ଜଣା ପଡ଼ିଛି। 

{"id":287063,"sizeSlug":"large"}

ଦୁଇ ଦେଶର ଅଫିସରଙ୍କ ମଧ୍ୟରେ ଏବେ ଆଲୋଚନା ଜାରି ରହିଛି । ସେପଟେ   ସୀମାରେ ଉତ୍ତେଜନା ନେଇ ଚୀନ୍‌ ପକ୍ଷରୁ ବୟାନ ଜାରି କରାଯାଇଛି । ବୟାନରେ ଚୀନ୍‌ କହିଛି ଯେ, ଭାରତ ଏକତରଫା କୌଣସି ପଦକ୍ଷେପ ନହେଉ । ଯାହାଦ୍ୱାରା କି ଉଭୟ ଦେଶ ମଧ୍ୟରେ ସ୍ଥିତି ଆଗକୁ ବିଗିଡିଯିବ ।  ଚୀନ୍‌ ମଧ୍ୟ ଦାବି କରିଛି ଯେ, ଉଭୟ ସେନାଙ୍କ ମୁହାଁମୁହାଁରେ ଆମର ସେନାଙ୍କ ମୃତ୍ୟୁ ହୋଇଛି । ଉଭୟ ପକ୍ଷରୁ କିଛି ସୈନ୍ୟ ମୃତାହତ ହୋଇଥିବା ନେଇ ଚୀନ୍‌ କହିଛି ।  ପରିସ୍ଥିତିକୁ ଦେଖି ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.