ଭାରତୀୟ ବାୟୁସେନାର ଲଢୁଆ ବିମାନ ତେଜସରେ ଉଡିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

Published By : Prameya-News7 Bureau | September 19, 2019 IST

ନୂଆଦିଲ୍ଲୀ ୧୯।୯: ଭାରତୀୟ ବାୟୁସେନାର ଲଢୁଆ ବିମାନ ତେଜେସରେ ଉଡିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦୁଇ ସିଟ୍ ବିଶିଷ୍ଟ ତେଜସ କମ୍ବାଟ ଏୟାରକ୍ରାଫ୍ଟରେ ତାମିଲନାଡୁ ସ୍ଥିତ ସୁଲୁର ଏୟାର ଫୋର୍ସ ଷ୍ଟେସନରୁ ଯାତ୍ରା କରିଛନ୍ତି । ତେଜସକୁ ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ ଓ ଏରୋନେଟିକାଲ୍ସ ଡେଭଲପମେଣ୍ଟ ଏଜେନ୍ସି ପ୍ରସ୍ତୁତ କରିଛି ।

{"id":159665}

୨୦୧୭ ଡିସେମ୍ବରରେ ହାଲକୁ ଆଇଏଫ ଏକ ପ୍ରସ୍ତାବ ଦେଇଥିଲା । ପ୍ରସ୍ତାବରେ ୮୩ଟି ତେଜସ ଏୟାରକ୍ରାଫ୍ଟ ନିର୍ମାଣ କରିବାକୁ କହିଥିଲା । ୮୩ଟି ତେଜସ ଏୟାରକ୍ରାଫ୍ଟରୁ ୧୦ଟିରେ ୨-୨ ସିଟ୍ ରହିଛି ।

{"id":159666}

ଭାରତୀୟ ବାୟୁସେନା ପାଇଲଟଙ୍କ ତାଲିମ ପାଇଁ ଏହାକୁ ପ୍ରସ୍ତୁତ କରିଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)ର ଫାଇନାଲ ଅପରେଶନ କ୍ଲିୟରାନ୍ସ ଦ୍ବାରା ତେଜସ ଫାଇଟର ଜେଟକୁ ୨୦୧୯ ମସିହା ଫେବୃୟାରୀ ୨୧ରେ ମଂଜୁରୀ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.