ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦କୁ ନେଇ ନୂଆ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଗୁରୁତ୍ବପୂର୍ଣ୍ଣ ବୟାନ : ଉମର ଅବ୍ଦୁଲ୍ଲାଙ୍କୁ ଚେତାବନୀ
4/06/2019 at 1:03 PM

ନୂଆଦିଲ୍ଲୀ ୪/୬ : ଗୃହମନ୍ତ୍ରୀ ରାଜନାଥ ସିଂହ ଧାରା ୩୭୦ ନେଇ ଲଗାତାର ବୟାନବାଜି ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ଜମ୍ମୁ କାଶ୍ମୀରକୁ ଧାରା ୩୭୦ ଅନୁସାରେ ମିଳୁଥିବା ସ୍ବତନ୍ତ୍ର ସୁବିଧା ନେଇ ସେ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେବା ସହ ନ୍ୟାସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା ଏବଂ ପିଡିପି ଅଧ୍ୟକ୍ଷ ମେହବୁବା ମୁଫତୀଙ୍କୁ ଚାତାବନୀ ଦେଇଛନ୍ତି ।

ଧାରା ୩୭୦ ଜାମ୍ମୁ କାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ଦେଇଥାଏ । କିନ୍ତୁ ଏବେ ଦେଶରେ ଏହାକୁ ବିରୋଧ କରାଯାଉଛି । ଉମର ଅବଦୁଲ୍ଲା କିଛି ଦିନ ପୂର୍ବରୁ କହିଥିଲେ ଯେ, ନ୍ୟାସନାଲ କନଫରେନ୍ସ ଜାମ୍ମୁ କାଶ୍ମୀରର ସ୍ୱତନ୍ତ୍ରତାକୁ ବଜାୟ ରଖିବା ପାଇଁ ଉଦ୍ୟମ କରିବ । ଏଥିରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ସାମିଲ ହେବା ଉଚିତ ବୋଲି କହିଥିଲେ ଉମର ଅବଦୁଲ୍ଲା । ଉମର ଅବଦୁଲ୍ଲାଙ୍କ ଏହି ବୟାନ ପରେ ରାଜନୀତି ସରଗରମ ହୋଇଥିଲା । ମେହବୁବା ମୁଫତୀ ମଧ୍ୟ ଚେତାବନୀ ଦେଇଥିଲେ ଯେ, ଧାରା ୩୭୦ ହଟାଗଲେ କିଛି ଭଲ ହେବନାହିଁ, ସ୍ଥିତି ବହୁତ ଖରାପ ହେବ ବୋଲି ସେ କହିଥିଲେ ।

ଜାମ୍ମୁ କାଶ୍ମୀର ସୁଚେତଗଡରେ ସୋମବାର ଦିନ ରାଜନାଥ ସିଂହ ନିର୍ବାଚନୀ ରାଲିରେ ପହଞ୍ଚିଥିଲେ । ମେହବୁବା ମୁଫତୀ ଏବଂ ଉମର ଅବଦୁଲ୍ଲାଙ୍କୁ ଚେତାବନୀ ଦେଇଥିଲେ । ରାଜନାଥ କହିଛନ୍ତି ଯେ, ଯଦି କାଶ୍ମୀରରେ ଅଲଗା ପ୍ରଧାନମନ୍ତ୍ରୀ କଥା ଉଠେ ତାହେଲେ ଧାରା ୩୭୦ ଉଠାଇବା ଛଡା ଆଉ କୌଣସି ବାଟ ନାହିଁ । ଗୃହମନ୍ତ୍ରୀ ରାଜନାଥ ସିଂହ ସଫା ସଫା କହିଛନ୍ତି ଯେ, ଜାମ୍ମୁ କାଶ୍ମୀରରେ ସେ ଜିରୋ ଟୋଲେରେନ୍ସ ନୀତି ତାଙ୍କ ସରକାର ଗ୍ରହଣ କରିଛି । ଏବେ ଆଗକୁ ବିଚ୍ଛିନ୍ନତାବାଦ ସହ ଆଉ କୌଣସି କଥାବାର୍ତ୍ତା ହେବନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ରାଜନାଥ ।