ଉରୀ: ଦ ସର୍ଜିକଲ ଷ୍ଟ୍ରାଇକ” ଫିଲ୍ମର ଅଭିନେତା ଓ ଅନ୍ୟ ସଦସ୍ୟଙ୍କୁ ଭେଟିଥିଲେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଲା ସୀତାରମଣ, କଲେ ପ୍ରଶଂସା

Published By : Prameya-News7 Bureau | January 17, 2019 IST

wp:heading {"level":5}
ନୂଆ ଦିଲ୍ଲୀ ୧୭|୧: କେନ୍ଦ୍ରମନ୍ତ୍ରୀ ନିର୍ମଲା ସୀତାରମଣ ଗତ ମଗଂଳବାର ଦିନ ସୈନିକ ଦିବସ ଅବସରରେ “ଉରୀ: ଦ ସର୍ଜିକଲ ଷ୍ଟ୍ରାଇକ” ଫିଲ୍ମର ଅଭିନେତା ଓ ଅନ୍ୟ ସଦସ୍ୟଙ୍କୁ ଭେଟିଥିଲେ। ସେନା ପ୍ରମୁଖ ବିପିନ୍‌ ରାୱତଙ୍କ ଘରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସାକ୍ଷାତ ହୋଇଥିଲା। “ଉରୀ: ଦ ସର୍ଜିକଲ ଷ୍ଟ୍ରାଇକ” ଫିଲ୍ମରେ ଅଭିନୟ କରୁଥିବା ବିକ୍କି କୌଶାଲ, ୟାମି ଗୌତମ, ନିର୍ଦ୍ଦେଶକ ଆଦିତ୍ୟ ଧର ଓ ନିର୍ମାତା ରୋନି ସ୍କ୍ରୁୱାଲା ସେଠାରେ ଉପସ୍ଥିତ ଥିଲେ। ସୀତାରମଣ ଟୁଇଟ୍‌ରରେ ଚଳଚ୍ଚିତ୍ରର ସଦସ୍ୟଙ୍କୁ ଶୁଭକାମନା ଦେଇଥିଲେ। 
/wp:heading {"id":75023,"width":595,"height":375}
wp:heading {"level":5}
 ନିର୍ମଲା ସୀତାରମଣ ଟୁଇଟ୍‌ କରିଛନ୍ତି ଯେ ବିପିନ୍‌ ରାୱତଙ୍କ ଘରେ “ଉରୀ: ଦ ସର୍ଜିକଲ ଷ୍ଟ୍ରାଇକ” ଫିଲ୍ମ ସଦସ୍ୟଙ୍କୁ ଦେଖା କରି ତାଙ୍କୁ ବହୁତ ଖୁସି ଲାଗିଥିଲା। କେନ୍ଦ୍ରୀୟ ମନ୍ତ୍ରୀ ଏହି ସାକ୍ଷାତ ବେଳର ଫୋଟ ମଧ୍ୟ ପୋଷ୍ଟ କରିଥିଲେ। ସେ ଫିଲ୍ମ ଦେଖିନାହାନ୍ତି ବୋଲି କହିଥିଲେ। କିନ୍ତୁ ଚଳଚ୍ଚିତ୍ରରେ ଅଭିନୟ କରୁଥିବା କଳାକାରମାନେ ସୈନିକଙ୍କ ଭାବନା ଫିଲ୍ମ ଦ୍ୱାରା ଦେଖାଇଥିବାରୁ ସେ ଅତ୍ୟନ୍ତ ଖୁସି ହୋଇଥିଲେ।
/wp:heading {"id":75024,"width":592,"height":444}
wp:heading {"level":5}
 ଅଭିନେତା ବିକ୍କି କୌଶାଲ ମଧ୍ୟ ନିର୍ମଲା ସୀତାରମଣଙ୍କ ସହ ସାକ୍ଷାତ ସମ୍ପର୍କରେ ଟୁଇଟ୍‌ କରିଛନ୍ତି। ଦେଶର ପ୍ରତିରକ୍ଷାମନ୍ତ୍ରୀଙ୍କୁ ଭେଟିବା ତାଙ୍କ ପାଇଁ ବଡ ସମ୍ମାନର ବିଷୟ ବୋଲି ବିକ୍କି ଲେଖିଥିଲେ। ନିର୍ମଲା ସୀତାରମଣଙ୍କ ପ୍ରେରଣାଦାୟୀ କଥା ପାଇଁ ୟାମି ତାଙ୍କୁ ଟୁଇଟ୍‌ ମାଧ୍ୟମରେ ଧନ୍ୟବାଦ ଜଣାଇଥିଲେ। ଏହା ମଧ୍ୟ କହିଥିଲେ ଯେ ନିର୍ମଲା ସୀତାରମଣଙ୍କର ଦେଶପ୍ରେମ ଅତୁଳନୀୟ।
/wp:heading {"id":75025,"width":595,"height":298}
wp:heading {"level":5}
 ଏହି ଫିଲ୍ମ ଭାରତୀୟ ସୈନିକ ପାକିସ୍ତାନ ବିପକ୍ଷରେ କରିଥିବା ସର୍ଜିକଲ ଷ୍ଟ୍ରାଇକ ଉପରେ ଆଧାରିତ । ଉରୀ ଦୁର୍ଘଟଣାରେ ୧୭ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ହୋଇଥିଲା। ପରେଶ ରାୱଲ ମଧ୍ୟ ଏହି ସିନେମାରେ ଅଭିନୟ କରିଛନ୍ତି। ଜୀନୁଆରୀ ୧୧ ତାରିଖରେ ବଡ ପରଦାରେ ଏହି ସିନେମା ମୁକ୍ତିଲାଭ କରି ବେଶ ଆଦୃତ ହୋଇଛି।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.