Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବସଷ୍ଟାଣ୍ଡରୁ ମିଳିଲା ପ୍ରତିରକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲ, ଗତ ସପ୍ତାହରେ ହଜି ଯାଇଥିଲା

28/06/2021 at 10:53 AM

ବ୍ରିଟେନ୍, ୨୮/୦୬:  ରାସ୍ତାରୁ ମିଳିଲା ପ୍ରତିରକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ । ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରାଳୟର ଗୋପନୀୟ ଦସ୍ତାବିଜ ଏକ ବସ୍ ଷ୍ଟପ୍ ପାଖରୁ ଠାବ କରାଯାଇଛି । ଏହି ଦସ୍ତାବିଜରେ ବ୍ରିଟେନ୍ ଯୁଦ୍ଧପୋତ ଏଚଏମଏସ ଡିଫେଣ୍ଡର ୟୁକ୍ରେନ୍ ଦେଇ ଅତିକ୍ରମ କରିବା ଓ ଆମେରିକା ବାବଦରେ ଅନେକ ତଥ୍ୟ ରହିଛି ।

ବିବିସିର ରିପୋର୍ଟ ଅନୁସାରେ, ବ୍ରିଟେନ୍ ପ୍ରତିରକ୍ଷା ବିଭାଗ କହିଛି ଯେ, ଏହି ସବୁ ଜରୁରୀ ଫାଇଲ୍ ହଜିଯାଇଥିବା ନେଇ ଗତ ସପ୍ତାହରେ ଜଣେ କର୍ମଚାରୀ ସୂଚନା ଦେଇଥିଲେ । ଏହି ସବୁ ଫାଇଲ କେଣ୍ଟ୍‌ର ଏକ ବସ୍ ଷ୍ଟପ୍ ପାଖରେ ଥିବା ପରିତ୍ୟକ୍ତ ସ୍ଥାନରୁ ମିଳିଥିଲା ।

ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ, ଏହି ମାମଲାରେ ତଦନ୍ତ ଚାଲିଛି । ଏହି ପରିସ୍ଥିତିରେ ଅଧିକ ତଥ୍ୟ ଦିଆଯାଇ ପାରିବ ନାହିଁ । ଏହି ଦସ୍ତାବିଜ ମିଳିବା କଥା ପ୍ରଥମେ ବିବିସିକୁ ଜଣେ ବ୍ୟକ୍ତି ସୂଚନା ଦେଇଥିଲେ । ୫୦ ପୃଷ୍ଠାର ଏହି ଦସ୍ତାବିଜ ବହୁ ଗୋପନୀୟ ଓ ସମ୍ବେଦନଶୀଳ ମଧ୍ୟ ।

ସୂଚନାଯୋଗ୍ୟ, ଏଚଏମଏସ ଯୁଦ୍ଧପୋତ ୟୁକ୍ରେନ୍ ନିକଟରେ ସୁରକ୍ଷା ପାଇଁ ନିୟୋଜିତ ହୋଇଛି । ଏହାର ଗତିବିଧି ବାବଦରେ ଦସ୍ତାବିଜରେ ଉଲ୍ଲେଖ ରହିଛି । ଗତ ବୁଧବାର ଏହି ଯୁଦ୍ଧପୋତକୁ ନେଇ ଋଷ ଓ ବ୍ରିଟେନ ମଧ୍ୟରେ ଉତ୍ତେଜନା ବଢିଥିଲା ।

   Related Posts