Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ସେନା କ୍ୟାଣ୍ଟିନ୍‌ରେ ମିଳିବ ନାହିଁ ବିଦେଶୀ ସାମଗ୍ରୀ, ବିଦେଶୀ ମଦ: ରୋକ୍ ଲଗାଇଲେ ସରକାର

24/10/2020 at 11:57 AM

ନୂଆଦିଲ୍ଲୀ ୨୪/୧୦ : କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଦେଶରେ ସେନାର ପାଖାପାଖି ୪ ହଜାର କ୍ୟାଣ୍ଟିନ ପାଇଁ ଆଦେଶ ଜାରି କରିଛନ୍ତି। ଆଦେଶ ଅନୁଯାୟୀ, ବର୍ତ୍ତମାନ ସେନା କ୍ୟାଣ୍ଟିନରେ ବିଦେଶୀ ସାମଗ୍ରୀ କିଣିପାରିବେ ନାହିଁ। ମିଡ଼ିଆ ରିପୋର୍ଟ ଅନୁଯାୟୀ, ଏହି ତାଲିକାରେ ବିଦେଶୀ ମଦ ମଧ୍ୟ ସାମିଲ ହୋଇପାରେ। ସରକାରଙ୍କ ଏହି ଆଦେଶ ପରେ ବିଦେଶୀ ମଦ କମ୍ପାନୀର ବ୍ୟବସାୟ ଉପରେ ପ୍ରଭାବ ପଡିପାରେ। ସମାଚାର ଏଜେନ୍ସି ରାଇଟର୍ସ ଅନୁଯାୟୀ, ସରକାରଙ୍କ ତରଫରୁ ସେନା କ୍ୟାଣ୍ଟିନ ପାଇଁ ଜାରି ହୋଇଥିବା ଆଦେଶରେ ଏହା ସ୍ପଷ୍ଟ କରାଯାଇନାହିଁ ଯେ କେଉଁ ଉତ୍ପାଦ ଏହି ତାଲିକା ଅନ୍ତର୍ଭୁକ୍ତ। କିନ୍ତୁ ବିଦେଶୀ ମଦ ମଧ୍ୟ ତାଲିକାରେ ଆସିପାରେ। ସେନା କ୍ୟାଣ୍ଟିନରେ ମଦ, ଇଲେକ୍ଟ୍ରୋନିକ୍ସ ଓ ଅନ୍ୟ ସାମଗ୍ରୀକୁ ସେନା, ପୂର୍ବତନ ସେନା ଓ ତାଙ୍କ ପରିବାରକୁ ରିହାତି ଦରରେ ବିକ୍ରି କରାଯାଇ। ଏହି କ୍ୟାଣ୍ଟିନରେ ବାର୍ଷିକ ପାଖାପାଖି ୨ କୋଟି ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ ବିକ୍ରି ହୋଇଥାଏ।

ଏହାସହ ଏହା ଦେଶର ସବୁଠାରୁ ବଡ ରିଟେଲ ଚେନ ମଧ୍ୟରୁ ଗୋଟିଏ। ମିଡ଼ିଆ ରିପୋର୍ଟ ଅନୁସାରେ, ରକ୍ଷା ମନ୍ତ୍ରାଳୟ ଅକ୍ଟୋବର ୧୯ ତାରିଖରେ ଆନ୍ତରିକ ଆଦେଶରେ କୁହାଯାଇଥିଲା ଯେ ଭବିଷ୍ୟତରେ ପ୍ରତ୍ୟକ୍ଷ ଭାବେ ବିଦେଶୀ ସାମଗ୍ରୀ କିଣାଯିବ ନାହିଁ। ଆଦେଶରେ କୁହାଯାଇଥିଲା ଯେ, ଏହି ପ୍ରସଙ୍ଗରେ ମେ ଓ ଜୁଲାଇ ମାସରେ ସେନା, ବାୟୁସେନା ଓ ନୌସେନା ସହ ଚର୍ଚ୍ଚା କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଘରୋଇ ସାମଗ୍ରୀକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଯାନକୁ ସମର୍ଥନ କରିବା। ମିଡ଼ିଆ ରିପୋର୍ଟ ଅନୁଯାୟୀ, ଏହି ମାମଲାରେ ରକ୍ଷା ମନ୍ତ୍ରାଳୟ ପ୍ରବକ୍ତା ପ୍ରତିକ୍ରିୟା ରଖିବାକୁ ଅସ୍ବୀକାର କରିଛନ୍ତି। ସରକାର ଦ୍ୱାରା ପ୍ରତିରକ୍ଷା ଅଧ୍ୟୟନ ଏବଂ ବିଶ୍ଳେଷଣ ପାଇଁ ଅନୁଦାନ ପ୍ରାପ୍ତ ଅନୁଷ୍ଠାନ (IDSA) ର ଅଗଷ୍ଟ ୧ ତାରିଖର ଅନୁସନ୍ଧାନ କଲମ ଅନୁଯାୟୀ, ସେନା କ୍ୟାଣ୍ଟିନରେ ମୋଟ ବିକ୍ରି ମୂଲ୍ୟର ପାଖାପାଖି ୬-୭ ପ୍ରତିଶତ ସାମଗ୍ରୀ ଆମଦାନୀ ହୋଇଥାଏ। ଏଥିରେ ଚାଇନିଜ ଉତ୍ପାଦ ଯେପରିକି ଡାଇପର୍, ଭେକ୍ୟୁମ୍ କ୍ଲିନର୍, ହ୍ୟାଣ୍ଡବ୍ୟାଗ୍ ଓ ଲାପଟପ୍ ଭଳି ସାମଗ୍ରୀ ସାମିଲ।

   Related Posts