ନୂଆଦିଲ୍ଲୀ ୦୨/୧୧: ପୂର୍ବ ଲଦାଖରେ ଚୀନ ସହ ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରାଳୟ ୭,୯୬୫ କୋଟି ଟଙ୍କାର ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଇଛି। ମନ୍ତ୍ରାଳୟ ପକ୍ଷରୁ ଯେଉଁ ପ୍ରୋଜେକ୍ଟକୁ ଗ୍ରୀନ୍ ସିଗନାଲ୍ ମିଳିଛି ସେଥିମଧ୍ୟରେ ୧୨ ଲାଇଟ୍ ୟୁଟିଲିଟି ହେଲିକପ୍ଟର, ଶର୍ଟ ରେଞ୍ଜ ହୁନ ମାଉଣ୍ଟ, ଲିଙ୍କସ୍ ଫାୟାର କଂଟ୍ରୋଲ୍ ସିଷ୍ଟମ୍ ଏବଂ ଡୋର୍ନିୟର ଏୟାରକ୍ରାଫ୍ଟର ମିଡ୍ ଲାଇଫ୍ ଅପଗ୍ରେଡ୍ ସାମିଲ ଅଛି।
ଏହି ସବୁ ଯୁଦ୍ଧାସ୍ତ୍ରର ନିର୍ମାଣ ଏବଂ ଆଧୁନିକୀକରଣ ଭାରତରେ ହେବ ବୋଲି ଜଣାପଡ଼ିଛି। ମେକ୍ ଇନ୍ ଇଣ୍ଡିଆ ଜରିଆରେ ମନ୍ତ୍ରାଳୟ ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଇଛି। ସେଥିମଧ୍ୟରୁ ୧୨ ଲାଇଟ୍ ୟୁଟିଲିଟି ହେଲିକପ୍ଟର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ଏଚଏଏଲ୍)ରୁ କ୍ରୟ କରାଯିବ।
wp:html/wp:htmlDefence Acquisition Council today approved proposals worth Rs 7,965 crore for Armed Forces modernization under ‘Make in India’, with focus on design, development and manufacturing in India: Ministry of Defence
— ANI (@ANI) November 2, 2021
ଦୀର୍ଘ ଦିନ ହେଲା ପୂର୍ବ ଲଦାଖରେ ଚୀନ ସହ ବିବାଦ ଲାଗିରହିଥିବା ବେଳେ ଭାରତୀୟ ସେନା ଅତ୍ୟାଧୁନିକ ଜ୍ଞାନକୌଶଳ ଥିବା ଯୁଦ୍ଧାସ୍ତ୍ରରେ ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି ।