Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପାକିସ୍ତାନକୁ ଧୂଳି ଚଟାଇଥିଲେ, ଏବେ ସିଷ୍ଟମର ବିଫଳତା ଯୋଗୁଁ ଜୀବନ ଯୁଦ୍ଧରେ ହାରିଗଲେ ଓ୍ଵିଙ୍ଗ କମାଣ୍ଡର

25/04/2021 at 9:51 PM

ନୂଆଦିଲ୍ଲୀ ୨୫।୦୪: ପାକିସ୍ତାନକୁ ଧୂଳି ଚଟାଇଥିବା ଏବଂ ୧୯୭୨ ଲଢେଇର ହିରୋ ଅବସରପ୍ରାପ୍ତ ଓ୍ଵିଙ୍ଗ କମାଣ୍ଡର ଆରଏସ ବାଜପେୟୀ ସିଷ୍ଟମର ବିଫଳତା ଯୋଗୁଁ କରୋନା ଯୁଦ୍ଧରେ ହାରି ଯାଇଛନ୍ତି। ହସ୍ପିଟାଲ ଏବଂ ଚିକିତ୍ସା ନମିଳିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ଯେଉଁ ବାୟୁସେନା ହସ୍ପିଟାଲର ସେ ଅଧିକାରୀ ଥିଲେ, ସେଠାରେ ମଧ୍ୟ ତାଙ୍କୁ ଆଡମିଟ୍ କରାଗଲା ନାହିଁ। ଏ ହସ୍ପିଟାଲରୁ ସେ  ହସ୍ପିଟାଲ ଚକ୍କର କାଟିବା ପରେ ମଧ୍ୟ କମାଣ୍ଡରଙ୍କୁ କୌଣସି ହସ୍ପିଟାଲରେ ଆଡମିଟ୍ କରାଯାଇନଥିଲା। ଫଳରେ ଧିରେ ଧିରେ ତାଙ୍କ ଶରୀରରେ ଅକ୍ସିଜେନ୍ ସ୍ତର ହ୍ରାସ ପାଇ ଚାଲିଥିଲା।

ଏହି ବାହାଦୂର ସୈନିକ ଶେଷ ନିଃଶ୍ଵାସ ତ୍ୟାଗ କରିବା ପୂର୍ବରୁ ନିଜର ଫେସବୁକ ପେଜ୍‌ରେ ମିଲିଟାରୀ ହସ୍ପିଟାଲ୍‌ର ପୂରା କାହାଣୀ ଏବଂ ନିଜ ଯନ୍ତ୍ରଣାକୁ ବଖାଣିଥିଲେ। ପିଏସି ମୋଡ୍, ଶ୍ୟାମ ନଗର ନିବାସୀ ଅବସରପ୍ରାପ୍ତ ଓ୍ଵିଙ୍ଗ କମାଣ୍ଡର ଆରଏସ  ବାଜପେୟୀ ଦେଶ ପାଇଁ ୩୦ ବର୍ଷ ପର୍ଯ୍ୟନ୍ତ ବାୟୁସେନାରେ ନିଜର ସେବା ଦେଇଥିଲେ। ୧୯୭୨ରେ ପାକିସ୍ତାନରୁ ବାଂଲାଦେଶକୁ ସ୍ଵାଧୀନ କରିବା ପାଇଁ ଭାରତ-ପାକିସ୍ତାନ ଲଢେଇରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଯେବେ ସେନା ପାକିସ୍ତାନରେ ଲାହୋର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ, ସେହି ସମୟରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିର୍ଦ୍ଦେଶରେ ଓ୍ଵିଙ୍ଗ କମାଣ୍ଡର ଆରଏସ ବାଜପେୟୀ ହିଁ ପାକିସ୍ତାନରେ ଭାରତୀୟ ବାୟୁସେନାର ନେତୃତ୍ଵ ନେଇଥିଲେ। ଓ୍ଵିଙ୍ଗ କମାଣ୍ଡରଙ୍କ ବ୍ୟତୀତ ତାଙ୍କ ପତ୍ନୀ ଏବଂ ପୁଅ ମଧ୍ୟ କରୋନା ପଜିଟିଭ୍। ଦୁଇ ଦିନ ପୂର୍ବେ ଓ୍ଵିଙ୍ଗ କମାଣ୍ଡରଙ୍କ ଅକ୍ସିଜେନ ସ୍ତର ୭୯ ତଳେ ରହିଥିଲା। ଚିକିତ୍ସା ପାଇଁ ତାଙ୍କୁ ସେବନ ଏୟାରଫୋର୍ସ ହସ୍ପିଟାଲ ନିଆଯାଇଥିଲା।

ମୃତ୍ୟୁ ପୂର୍ବରୁ ଓ୍ଵିଙ୍ଗ କମାଣ୍ଡର ନିଜର ଫେସବୁକ୍‌ ଓ୍ଵାଲ୍‌ରେ ଲେଖିଛନ୍ତି ଯେ, ପୂରା ସ୍ଥିତି ଜଣାଇବା ଓ ସବୁ ପ୍ରକାରର କାଗଜପତ୍ର ପ୍ରକ୍ରିୟା ପରେ ମଧ୍ୟ ମେଡିକାଲର ଅଫିସର ତାଙ୍କୁ ଆଡମିଟ୍ କରିନଥିଲେ। ଏହା ପରେ ବାଧ୍ୟ ହୋଇ ଏ ହସ୍ପିଟାଲରୁ ସେ ହସ୍ପିଟାଲ ଚକ୍କର କାଟିଥିଲେ। ତଥାପି ତାଙ୍କୁ ବେଡ୍‌ଟିଏ ମିଳିନଥିଲା। ଓ୍ଵିଙ୍ଗ କମାଣ୍ଡର ଏହି ନିରାଟ ସତ୍ୟ କଥା କର୍ଣ୍ଣେଲଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ।

   Related Posts