Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||

ଚୀନକୁ ଯୁଦ୍ଧ ନୁହେଁ ବ୍ୟବସାୟରେ ହରାଇବାକୁ ହେବ, ଥ୍ରୀ ଇଡିୟଟ ପଛର ନାୟକ ସୋନମ ଓ୍ୱାଙ୍ଗଚୁକ୍ ବତାଇଲେ ନୂଆ ଫର୍ମୁଲା

30/05/2020 at 5:43 PM

ନୂଆଦିଲ୍ଲୀ, ୩୦|୦୫:  ଥ୍ରୀ ଇଡିଅଟ୍ ଚଳଚ୍ଚିତ୍ରର ଅସଲି ହିରୋ ତଥା ଭାରତୀୟ ଇଞ୍ଜିନିୟର ଓ ଶିକ୍ଷାବିତ ସୋନମ ଓ୍ୱାଙ୍ଗଚୁକ୍ ଚୀନକୁ ଜବାବ ଦେବା ପାଇଁ ସାରା ଦେଶର ଲୋକଙ୍କଠାରୁ ସମର୍ଥନ ଲୋଡିଛନ୍ତି । ସେ ନିଜର ଏକ ଭିଡିଓ ମେସେଜରେ ସ୍ୱଦେଶ ଦ୍ରବ୍ୟ ବ୍ୟବହାର କରି ଚୀନ ସରକାରଙ୍କ ମେରୁଦଣ୍ଡ ଭାଙ୍ଗିବାକୁ କହିଛନ୍ତି । ମେଡ୍ ଇନ୍ ଚାଇନା ସାମଗ୍ରୀର ବହିଷ୍କାର କରିବା ସହ ଚୀନର ଆର୍ଥିକ ସ୍ଥିତି ବିଗାଡିବା ପାଇଁ ଏକ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି । ଏପରିକି ଚୀନ ସେନାର ବୁଲେଟର ଜବାବ ଓ୍ୱାଲେଟରେ ଦେବେ ବୋଲି ସେ କହିଛନ୍ତି ।

ଓ୍ୱାଙ୍ଗଚୁକ୍ କହିଛନ୍ତି ଯେ, ଏବେ ଚୀନ ଓ ଭାରତ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ସାରା ଦେଶବାସୀ ନିଜ ଦାୟିତ୍ୱ ଭାବେ ନିଅନ୍ତୁ । କାରଣ ଚୀନର ସମସ୍ତ କାର୍ୟ୍ୟକଳାପକୁ ଭାରତୀୟମାନେ ଜବାବ ଦେବାର ସମୟ ଆସିଛି ।  ଚୀନ ନିଜ ଦେଶରେ ଥିବା ସମସ୍ୟାକୁ ସମାଧାନ କରିବାକୁ ଚାହୁଁଛି । ସେଠାକାର ୧୪୦ କୋଟି ଲୋକ ଶ୍ରମିକ ଭଳି କାମ କରୁଛନ୍ତି । ଏହି ପ୍ରସଙ୍ଗକୁ ଚୀନ ବେଶୀ ଡରୁଛି । ତେଣୁ ଡ୍ରାଗନ୍ ପଡୋଶୀ ଦେଶ ସହ ତିକ୍ତତା ବୃଦ୍ଧି କରି ଚୀନବାସୀଙ୍କୁ ଭ୍ରମରେ ପକାଉଛି ।  ପୂର୍ବରୁ ୧୯୬୨ ଯୁଦ୍ଧରେ ମଧ୍ୟ ଚୀନ ଏପରି କରିଥିଲା । ଯଦି ୧୩୦ କୋଟି ଭାରତୀୟ ବୟକଟ୍ ଚାଇନା ଆରମ୍ଭ କରିବେ ତେବେ ଡ୍ରାଗନର ଅର୍ଥନୀତି ଭୁସୁଡି ପଡିବ । ଚୀନ ସାମଗ୍ରୀ କ୍ରୟ କରିବା ବନ୍ଦ କଲେ ଏହା ସମ୍ଭବପର ହୋଇପାରିବ ।

View this post on Instagram

CHINA KO JAWAAB | Sena degi bullet se, Naagrik dengey wallet se | Sonam Wangchuk, Ladakh #BoycotMadeInChina AND USE YOUR WALLET POWER! Sonam Wangchuk appeals to all Indian citizens and people worldwide to boycott Chinese products and stop virtually financing the current military bullying in Ladakh and the South China Sea. If we citizens are clever we should use our wallet power rather than leaving it totally to our armies to respond with their bullets. The bullet response is what China is looking for as it helps unite its angry citizens to forgive the mistakes and forget the economic hardships caused by the regime’s poor handling of COVID 19. Our wallet response of boycotting Chinese products will hurt their economy and take them by surprise and may even lead to what they fear most… a democratic uprising and overthrow of the totalitarian regime… It also means freedom to 1.4 Billion bonded laborers, 10 million Uighur Muslims, and six million Tibetan Buddhists. The Choice is yours! #boycottchina #leh #ladakh #indiachinaborder #indiachinastandoff #boycottmadeinchinaproducts #boycottmadeinchina #walletsejawab

A post shared by Sonam Wangchuk (@wangchuksworld) on

ସେ ଆହୁରି କହିଛନ୍ତି ଯେ, ପ୍ରଥମେ ଚୀନ ସାମଗ୍ରୀକୁ ବର୍ଜନ କରିବାକୁ ହେବ । ଚୀନ ସାମଗ୍ରୀର ବ୍ୟବହାର କମାଇବା ପାଇଁ ହେବ । ଏହାସହ ସ୍ୱଦେଶୀ ସାମଗ୍ରୀକୁ ଅଧିକ ଗୁରୁତ୍ୱ ଦେବାକୁ ପଡିବ ବୋଲି ସେ କହିଛନ୍ତି ।

   Related Posts