ହରିଣକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ
2/02/2020 at 8:24 PM

ନୀଳଗିରି ୦୨।୦୨: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ବେଗୁନିଆ ପଂଚାୟତ ଦୁବାଟି ଗାଁରୁ ଗୋଟିଏ ହରିଣ ଉଦ୍ଧାର । ହରିଣଟିକୁ ଗ୍ରାମବାସୀମାନେ ଉଦ୍ଧାର କରିଛନ୍ତି । ରବିବାର ଦିନ ଅପରାହ୍ନରେ ଦୁବାଟି ଗାଁରେ ହରିଣଟି ଏକ ଦଉଡ଼ିରେ ପଡିଯାଇଥିଲା । ସ୍ଵର୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରୁ ଖସି ଯାଇଥିବା ଅନୁମାନ କରାଯାଉଛି ।

ତେବେ କେହି କେହି ହରିଣଟି ମୟୁରଭଂଜ ସିମୁଳିପାଳ ଅଭୟାରଣ୍ୟରୁ ଖସି ଆସିଥିବା ମଧ୍ୟ କହୁଛନ୍ତି । ନୀଳଗିରି ବନବିଭାଗ ଘଟଣାସ୍ଥରେ ପହଞ୍ଚି ହରିଣକୁ ଉଦ୍ଧାର କରିଛି। ହରିଣର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ କୁଲଡ଼ିହା ଅଭୟାରଣ୍ୟରେ ଛାଡିଦିଆଯାଇଛି ।
Related Posts
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021