ପାଣି ପିଇବାକୁ ଆସି ଫସିଗଲା ହରିଣ : ଆହତ ଅବସ୍ଥାରେ ଉଦ୍ଧାର, ଚିକିତ୍ସା ପରେ ଜଙ୍ଗଲରେ ଛଡାଗଲା

Published By : Prameya-News7 Bureau | May 14, 2021 IST

ଭଞ୍ଜନଗର ୧୪/୫ : ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜାଗଡ଼ ବନାଞ୍ଚଳର ବଡ ଦାଣ୍ଡ ସାହିରୁ ଏକ ଜଙ୍ଗଲୀ ଅଣ୍ଡିରା ହରିଣ ଉଦ୍ଧାର । ଗ୍ରାମବାସୀଙ୍କ ସହାୟତାରେ ହରିଣଟିକୁ ଉଦ୍ଧାର କରିଛି ବନ ବିଭାଗ । ହରିଣଟି ସକାଳୁ ଗାଁ ପୋଖରୀ କୂଳରେ ବୁଲୁଥିବା ବେଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଗାଁ ଲୋକଙ୍କ ପାଟି ଶୁଣି ହରିଣଟି ଦୌଡି ପଳାଉଥିବାବେଳେ କୁକୁର ମାନେ ତାକୁ ଆକ୍ରମଣ କରିଥିଲେ ।

ଫଳରେ ସେ ଜଣଙ୍କ ଘର ଭିତରେ ପଶି ବଡଦାଣ୍ଡ ସାହିକୁ ବାହାରିଥିଲା । ସେଠାରେ ଲୋକ ମାନେ ତାକୁ କାବୁକରି ବନ ବିଭାଗକୁ ଖବର ଦେଇଥିଲେ। ଉତ୍ତର ଘୁମୁସର ACF ସୁଦର୍ଶନ ବାଦୀଙ୍କ ନିର୍ଦେଶ କ୍ରମେ ବିଭାଗ କର୍ମଚାରୀମାନେ ପହଞ୍ଚି ହରିଣଟିକୁ ଉଦ୍ଧାର କରି ମୁଜାଗଡ଼ ବନାଞ୍ଚଳରେ ରଖି ଚିକିତ୍ସା କରିଥିଲେ। ପରେ ତାକୁ ଜଙ୍ଗଲ ରେ ଜଙ୍ଗଲରେ ଛାଡି ଦିଆଯାଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.