ଉଦ୍ଧାର ହେଲା ବିରାଟ ହରିଣ, ଓଜନ ୧ କ୍ୱିଣ୍ଟାଲ, ପେଟରେ ଗଭୀର କ୍ଷତ

Published By : Prameya-News7 Bureau | April 12, 2021 IST

ନୀଳଗିରି,୧୨/୪  ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ କ୍ଷତ ବିକ୍ଷତ ଅବସ୍ଥାରେ ଏକ ବିରାଟକାୟ ହରିଣ ଉଦ୍ଧାର ହୋଇଛି । ସୋମବାର ସକାଳେ ଏକ କୁଇଣ୍ଟାଲରୁ ଅଧିକ ଓଜନର ହରିଣ ଋଷିଆ ଅଞ୍ଚଳରେ ଦୌଡ଼ି ଆସି ପାଖ ଝରଣା ପାଣିକୁ ପଶିଯାଇଥିବା କୁହାଯାଉଛି ।

ହରିଣଟିର ପେଟ ପାଖରେ ଏକ ଗଭୀର କ୍ଷତ ଲାଗିଥିବା ଦେଖାଯାଇଛି। ଶିକାରୀ ତୀର ମାରି କ୍ଷତ କରି ପକାଇଥିବା ଅନୁମାନ କରାଯାଉଛି । ତେବେ କୂଳଡିହା ରେଞ୍ଜର ଗାଉଁଲି କୁକୁର ଆକ୍ରମଣରୁ ହରିଣଟି ଖସି ଆସିବା ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିବା କହିଛନ୍ତି।

ଆହତ ହରିଣଟିକୁ ସୁସ୍ଥ ପରେ ଅଭୟାରଣ୍ୟରେ ଛାଡିଦିଆଯିବ ବୋଲି କୁହାଯାଇଛି।ଏବେ ବିଷୁବ ସଂକ୍ରାନ୍ତି ପାଇଁ ଅଖଣ୍ଡ ଶିକାର ପାଇଁ ବନ୍ୟଜନ୍ତୁଙ୍କ ଜୀବନ ବିପଦରେ ଥିବାବେଳେ ବନବିଭାଗ ପୋଲିସ ସହିତ କଡା ପେଟ୍ରୋଲିଂ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.