ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ଅଣ୍ଡିରା ହରିଣର ମୃତ୍ୟୁ

Published By : Prameya-News7 Bureau | June 15, 2021 IST

ପାଟଣା ୧୫।୬: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ବୁଢ଼ୀକାପୁଡ଼ି ପଞ୍ଚାୟତ ତେନ୍ତେଳା ଗ୍ରାମରୁ ମୃତ ଅଣ୍ଡିରା ହରିଣକୁ ବନ ବିଭାଗ ଓ ତୁରୁମୁଙ୍ଗା ପୋଲିସ ଉଦ୍ଧାର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ହରିଣଟି ଖାଦ୍ୟ ଅନ୍ବେଷଣରେ ନଦୀ କୂଳରେ ବୁଲୁଥିବା ସମୟରେ ତାକୁ କୁକୁର ଗୋଡ଼ାଇବାରୁ ଏକ ଖାଲରେ ପଡି ଯାଇଥିଲା । ଗାଁ ଲୋକେ ଉଦ୍ଧାର କରି ଆଣିବା ପରେ ହରିଣଟିର ମୃତ୍ୟୁ ହୋଇଯାଇଛି । ମୃତ ହରିଣଟିର ବ୍ୟବଚ୍ଛେଦ ପାଇଁ ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ଅଣା ଯାଇଥିବା ପାଟଣା ରେଞ୍ଜର ଟିକେଶ୍ବର ମହାନ୍ତ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.