ପ୍ଲାଣ୍ଟ ପରିସରରୁ ମିଳିଲା ହରିଣର ମୃତଦେହ !

Published By : Prameya-News7 Bureau | April 17, 2021 IST

ଆଠଗଡ଼ ୧୭।୦୪: ହରିଣର ମୃତଦେହ ଠାବ । ଆଠଗଡ଼ ବନଖଣ୍ଡ ଆରତୀ ଷ୍ଟିଲପ୍ଲାଣ୍ଟ୍ ପରିସରରେ ଏକ ୨ବର୍ଷର ମାଈ ହରିଣର ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ହରିଣକୁ ଶିକାର କରିଥିବା ସ୍ଥାନୀୟଲୋକ ଅଭିଯୋଗ କରିଛନ୍ତି ।

ଖବର ଅନୁଯାୟୀ, ଆରତୀ ଷ୍ଟିଲ୍‌ପ୍ଲାଣ୍ଟ ପରିସରରେ ଏକ ମାଈ ହରିଣ ପଡିଥିବାର ଖବର ମିଳିଥିଲା । କୁକୁର କାମୁଡ଼ାରେ ହରିଣର ମୃତ୍ୟୁ ହୋଇଥିବା ବିଭାଗୀୟ କର୍ତ୍ତୃପକ୍ଷ କହୁଥିବା ବେଳେ ଆଠଗଡ଼ ପ୍ରାଣୀ ଚିକିତ୍ସାଳୟର ଡାକ୍ତର ଅନ୍ୟ କଥା କହିଛନ୍ତି । ସେ କହିଛନ୍ତି ଯେ,ଚିକିତ୍ସା ଚାଲୁଥିବା ବେଳେ ହରିଣଟିର ମୃତ୍ୟୁ ହୋଇଯାଇଛି । ପୂର୍ବରୁ ଅନେକବାର ଏପରି ଅଭିଯୋଗ ଆସିଛି । ଏଠି ପ୍ରଶ୍ନ ଉଠିଛି  ଆରତୀ ଷ୍ଟିଲ ପ୍ଲାଣ୍ଟ୍ ମଧ୍ୟରେ ଶତାଧିକ ହରିଣ ଏବଂ ବନ୍ୟଜନ୍ତୁ ରହିଥିବା ବେଳେ ପ୍ଲାଣ୍ଟ ମଧ୍ୟଙ୍କୁ କୌଣସି ସାଧାରଣ ଲୋକ ଯାତାୟତ କରିବା ନିଷେଧ କରାଯାଇଛି । ତେବେ କିଭଳି ଭାବରେ କିଏ ପ୍ଲାଣ୍ଟ ପରିସରରେ ବନ୍ୟଜନ୍ତୁମାନଙ୍କୁ ଶିକାର କରୁଛି । ତାହା ଏବେ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.