Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ହରିଣ ମାଂସ ବୋଝେଇ ଅଟୋ ଜବତ : ଜଣେ ଗିରଫ, ୨ ଅଭିଯୁକ୍ତ ଫେରାର

21/04/2021 at 11:26 AM

ମହାକାଳପଡା ୨୧।୪: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଲୁଣା ଘେରି ନିକଟରୁ ଗୋଟିଏ ଅଟୋରୁ ଆଉ ଏକ ଅଟୋରୁ ୪୦ କେଜି ହରିଣ ମାଂସ ଲୋଡ୍ କରି ଆସୁଥିବା ସମୟରେ ଅଧାବାଟରେ ୨୦ କେଜି ହରିଣ ମାଂସକୁ ସ୍କୁଟି ଓ ମଟର ସାଇକେଲରେ ଚାଲାଣ ପରେ ଆଉ ୨୦ କେଜି ମାଂସ ଧରି କୋଚିଳା  ସରୁମୁହିଁ ରାସ୍ତାରେ  ଚାଲାଣ ହେଉଥିବା ସମୟରେ ସନ୍ଦେହ କରି ଅଟୋକୁ ଅଟାକାଇ ଥିଲେ । ଗ୍ରାମବାସୀମାନଙ୍କୁ ଦେଖି  ମୁଖ୍ୟ ଅଭିଯୁକ୍ତ ଖରନାସୀ ଗ୍ରାମର ହାରଧନ ରଖିତ୍‌ ସହ ୨ ଜଣ ଚମ୍ପଟ ମାରିଥିଲେ । ଅଟୋ  ଡ୍ରାଇଭରକୁ ଗ୍ରାମବାସୀ କାବୁ କରି ନେଇଥିଲେ ।  ଅଟୋ ଡ୍ରାଇଭର ଖରନାସୀ ଗ୍ରାମର ପ୍ରଦୀପ ଦାସ ସ୍ଵୀକାର କରିଥିଲେ ହରିଣ ମାଂସ ବୋଲି । 

ଗ୍ରାମବାସୀମାନେ ମହାକାଳପଡା ଥାନା ଓ ଜମ୍ବୁ ବଂନାଚଳକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପଂହଚି ଅଟୋ ଡ୍ରାଇଭରକୁ ଗିରଫ କରିବା ସହ ଅଟୋ ଗାଡି ଓ ହରିଣ ମାଂସକୁ ଜବତ କରିଛି । ଏହି ଘଟଣା ପରେ ଜମ୍ବୁ ବଂନାଚଳ ଅଧିନରେ ଥିବା ଲୁଣା ଜଙ୍ଗଲରୁ ହରିଣ ଶିକାରୀ ଓ ହରିଣ ମାଂସ ଚାଲାଣ କରି ରାକେଟ ସକ୍ରିୟ ଥିବାର ଜଣାପଡିଛି । ହରିଣ ମାଂସ ଚାଲାଣ ରାକେଟରେ କିଏ କିଏ ଜଡିତ ଅଛି ସେ ନେଇ ବନ ବିଭାଗ ତରଫରୁ ଖୋଳତାଡ ଆରମ୍ଭ ହୋଇଛି । ଜବତ ମାଂସ ପରୀକ୍ଷା ପାଇଁ ମହାକାଳପଡା ପଶୁ ଚିକିତ୍ସା କେନ୍ଦ୍ର ପଠାଇଛି ବନ ବିଭାଗ ।

   Related Posts