ବାଲୁଖଣ୍ଡ ଅଭୟାରଣ୍ୟକୁ ଫେରିଲେ ହରିଣ

Published By : Prameya-News7 Bureau | May 16, 2019 IST

ପୁରୀ ୧୬|୫: ବାଲୁଖଣ୍ଡ ଅଭୟାରଣ୍ୟରେ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ବ ହରିଣ ଥିଲେ । ଯେଉଁଥିପାଇଁ ବାଲୁଖଣ୍ଡ ଅଭୟାରଣ୍ୟର ନିଜସ୍ବ ସୌନ୍ଦର୍ଯ୍ୟ ଓ ବିଶେଷ ଆକର୍ଷଣ ରହିଥିଲା । ଫୋନି ପ୍ରଳୟଙ୍କରୀ ବାତ୍ୟା ପରେ ହରିଣମାନଙ୍କର କୌଣସି ଖୋଜଖବର ନଥିଲ । ଏଥିପାଇଁ ବନ ବିଭାଗ ଆଶା ଆଶଙ୍କା ମଧ୍ୟରେ ଥିଲା । ବାତ୍ୟା ଯିବା ପରେ ପରେ ହରିଣଗୁଡିକ ଗୋଟିଏ ଗୋଟିଏ ହୋଇ ତାଙ୍କର ପୂର୍ବସ୍ଥାନକୁ ଫେରି ଆସୁଛନ୍ତି ।

{"id":112277}

ଅଭୟାରଣ୍ୟ ମଧ୍ୟରେ କୌଣସି ହରିଣଙ୍କର ମୃତାହତ ଖବର ନଜରକୁ ମଧ୍ୟ ଆସିନଥିଲା । ବନ ବିଭାଗ ଚିନ୍ତିତ ଥିଲା ଯେ, ହରିଣମାନେ ଗଲେ କୁଆଡେ । ଏଥିପାଇଁ ଟିମ୍‌ ଗଠନ କରି ନିକଟବର୍ତ୍ତୀ ଜଙ୍ଗଲରେ ଖୋଜା ଚାଲିଥିଲା । କିନ୍ତୁ ହରିଣଙ୍କର ସନ୍ଧାନ ମିଳିନଥିଲ । ଇତି ମଧ୍ୟରେ ବନ ବିଭାଗ ତରଫରୁ ଡ୍ରୋନ୍ କ୍ୟାମେରା । ସହ।ୟତ।ରେ ଅଭୟାରଣ୍ୟ ମଧ୍ୟରେ ହରିଣ ଠାବ କରାଯାଇଛି । ହରିଣମାନେ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କର ପୂର୍ବ ବାସସ୍ଥାନକୁ ଫେରି ଆସିଛନ୍ତି ।

{"id":112278}

ଯାହା ବନ ବିଭାଗ ଏବଂ ବନ୍ୟପ୍ରେମୀଙ୍କ ମଧ୍ୟରେ ଆଶ୍ବସ୍ତି ଆଣିଦେଇଛି । ଏଥିରୁ ପ୍ରମାଣିତ ହୋଇଛି ଯେ, ପୂର୍ବରୁ କଥିତ ଥିବା ଜୀବଜନ୍ତୁଙ୍କ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜକୁ ସୁରକ୍ଷିତ ରଖିବାର ଅନ୍ତର୍ନିହିତ ଶକ୍ତି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.