ହରିଣର ମୄତଦେହ ଉଦ୍ଧାର
26/06/2019 at 3:29 PM

ପାରାଦୀପ ୨୬|୬: ପାରାଦୀପ ପ୍ଲାଷ୍ଟିକ ପାର୍କ ନିକଟରେ ଏକ ହରିଣର ମୄତଦେହ ଉଦ୍ଧାର କରାଯାଇଛି। କେହି ଦୁର୍ବୃତ୍ତ ହରିଣଟିକୁ ମାରି ଫୋପାଡ଼ି ଥିବା ସ୍ଥାନୀୟ ଅଞ୍ଚଳର ଲୋକମାନେ ଅଭିଯୋଗ କରିଛନ୍ତି। ପାରାଦୀପ ପ୍ଲାଷ୍ଟିକ ପାର୍କରେ କାର୍ଯ୍ୟରତ ଶ୍ରମିକ ପ୍ରତି ଦିନ ଭଳି କାମ କରିବାକୁ ଆସୁଥିବା ବେଳେ ଆଜି ସକାଳୁ ହଠାତ୍ ଏକ ମଲା ହରିଣଟି ନିର୍ମାଣଧୀନ ପାର୍କ ନିକଟରେ ଦେଖିବାକୁ ମିଳିଥିଲା । ତେବେ ସବୁଠାରୁ ବଡ଼କଥା ହେଉଛି ପାରାଦୀପରେ କୌଣସି ଜଙ୍ଗଲ ନଥିବା ତା ସହିତ ପାରାଦୀପ ଏକ ଶିଳ୍ପାଞ୍ଚଳରେ ମୄତ ହରିଣ ମିଳିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।