ତୀରମାଡରେ ଆହତ ସମ୍ବର ମୃତ

Published By : Prameya-News7 Bureau | December 02, 2019 IST

ବାରିପଦା ୦୨।୧୨: ଆହତ ସମ୍ବରର ମୃତ୍ୟୁ । ମୟୁରଭଞ୍ଜ ଜିଲ୍ଲା ବାରିପଦା ଡୁକୁରା ରେଞ୍ଜ ଗୁଡ଼ିଆଲବନ୍ଧ ନିକଟରେ ତୀରବିଧ ଅବସ୍ଥାରେ ସମ୍ବରଟିକୁ ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଖିଲେ । ପରେ ବନ ବିଭାଗ ଅଧିକାର ଖବର ପାଇଁ ଆହକ ସମ୍ବରଟିକୁ ଚିକିତ୍ସା ପାଇଁ ନେବା ବେଳେ ବାଟରେ ତାର ମୃତ୍ୟୁ ହୋଇଛି । ଏହା ଏଟ ମାଈ ସମ୍ବର ହୋଇଥିବା ବେଳେ ଓଜନ ପ୍ରାୟ ୭୦ କେଜି ହେବେ ବୋଲି ଜଣାପଡିଛି । ତୀରମାଡରେ ଆହତ ସମ୍ବରରର ଚିକିତ୍ସାରେ ବିଳମ୍ବ ଲାଗି ସମ୍ବରଟିର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। ତେବେ ମୃତ ସମ୍ବରଟିକୁ ବାରିପଦା ପାଲବଣୀ ସ୍ଥିତ ବନବିଭାଗର ନର୍ସରୀ ଠାରେ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି। ଏବାବଦରେ ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.