ପୋଖରୀରୁ ହରିଣର ମୃତଦେହ ଉଦ୍ଧାର

Published By : Prameya-News7 Bureau | June 27, 2020 IST

ଆନନ୍ଦପୁର, ୨୭|୦୬  କେଉଁଝର ଜିଲ୍ଲା   ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧିନ ପୁରଣା ବାନ୍ଦୋଗଡା ଗାଁରେ ଜଣେ ବ୍ୟକ୍ତିଙ୍କ ବାଡିରୁ ଗୋଟିଏ ହରିଣର ମୃତଦେହ ଉଦ୍ଧାର କରାଯାଇଛି । ଗ୍ରାମର ଲକ୍ଷ୍ମୀକାନ୍ତ ଧିରଙ୍କ ବାଡିରେ ଥିବା ଏକ ପୋଖରୀରେ ହରିଣଟି ମରି ପଡିଥିବା ଦେଖିବାକୁ ମିଳିଥିଲା ।

ପରିବାର ଲୋକଙ୍କ ଠାରୁ ଖବର ପାଇ ବନବିଭାଗ କର୍ମଚାରୀମାନେ ହରିଣର ମୃତଦେହକୁ ଉଦ୍ଧାର କରିଛନ୍ତି । ମୃତ ହରିଣର ଲାଞ୍ଜ କୁ କେହି କାମୁଡି ଖାଇଯାଇଥିବା ବେଳେ ମୁହଁ ରେ କ୍ଷତ ରହିଛି । ପୁରୁଣାବାନ୍ଦୋଗଡାକୁ ଲାଗିରହିଥିବା ବରାଙ୍ଗ ଜଙ୍ଗଲରେ ବହୁ ସଂଖ୍ୟକ ହରିଣ ରହୁଛନ୍ତି । ଜଙ୍ଗଲ ମଧ୍ୟରେ ହେଟାବାଘ କିମ୍ବା ଅନ୍ୟ କୈଣସି ଜନ୍ତୁ ହରିଣଟିକୁ ଆକ୍ରମଣର ଶିକାର ହରିଣଟି ଗାଁ ଭିତରକୁ ପଶିଆସି ପୋଖରୀରେ ପଡି ମୃତ୍ୟୁବରଣ କରିଥିବା ଅନୁମାନ କରିଛି ବନବିଭାଗ । ତେବେ ହରିରଣର ମୃତଦେହକୁ ପୁଣିଥରେ ଜଙ୍ଗଲ ମଧ୍ୟରେ ରଖି ସିସିଟିଭି ସର୍ଭିଲାନ୍ସ  କରୁଛି ବନବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.