Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଚମକୁଛି ଅଯୋଧ୍ୟା: ୫ ଲକ୍ଷ ୮୪ ହଜାର ଦୀପ ପ୍ରଜ୍ବଳନର ନୂଆ ରେକର୍ଡ, ଆସନ୍ତା ଦୀପାବଳିରେ ଜଳିବ ସାଢ଼େ ସାତ ଲକ୍ଷ ଦୀପ

13/11/2020 at 9:02 PM

ଅଯୋଧ୍ୟା ୧୩/୧୧: ଚମକୁଛି ଶ୍ରୀରାମ ନଗରୀ ଅଯୋଧ୍ୟା। ସରାୟୁ ନଦୀ କୂଳରେ ପ୍ରଜ୍ବଳିତ ଦୀପ ଦେଖି ଏମିତି ଲାଗୁଛି ସତେ ଯେମିତି ପ୍ରଭୁ ରାମଚନ୍ଦ୍ରଙ୍କ ସ୍ବାଗତ ପାଇଁ ଆକାଶର ତାରା ତଳକୁ ଓହ୍ଲାଇ ଆସିଛନ୍ତି।  ଦୀପୋତ୍ସବ-୨୦୨୦ରେ ଅଯୋଧ୍ୟାରେ ଏମିତି କିଛି ଅନୁଭବ ହେଉଛି।

କେବଳ ଅଯୋଧ୍ୟା ନଗରୀ ନୁହେଁ ବରଂ ଦେଶବାସୀ ଭର୍ଚୁଆଲ ପ୍ଲାଟଫର୍ମରେ ଏହି ଦୀପୋତ୍ସବରେ ସାମିଲ ହୋଇଥିଲେ। ଅଯୋଧ୍ୟାରେ ଦୀପୋତ୍ସବ ପାଳନର ଏହା ହେଉଛି ଚତୁର୍ଥ ବର୍ଷ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୀପୋତ୍ସବକୁ ନିଜର ଅଦମ୍ୟ ଇଚ୍ଛା ଯୋଗୁ ପ୍ରତିବର୍ଷ କିଛି ନିଆରା କରିବାକୁ ପ୍ରୟାସ କରୁଛନ୍ତି। ପାଞ୍ଚ ଦଶକ ପରେ ଏଭଳି ଖୁସି ଆସିଛି ଯେଉଁଠି ଦୀପୋତ୍ସବ ପାଳନ ହୋଇଛି। ଏଥିପାଇଁ କେତେ ସାଧୁ ସନ୍ଥ ନିଜର ବଳିଦାନ ଦେଇଛନ୍ତି। ତେବେ ଏଭଳି ଏକ ଦିନକୁ ଉତ୍ସବମୟ କରିବାକୁ ସରକାର କୌଣସି କମି ରଖୁନଥିବା ଦେଖିବାକୁ ମିଳିଛି।

ଦୀପୋତ୍ସବରେ ସବୁ କିଛି ଥିଲା ଯେପରି କି ରାମଚନ୍ଦ୍ର ବନବାସରୁ ଫେରିବା ପରେ ଅଯୋଧ୍ୟରେ ଥିଲା। ପୁଷ୍ପକ ବିମାନ(ହେଲିକପ୍ଟର)ରେ ରାମଚନ୍ଦ୍ରଙ୍କ ଆଗମନ ହେଉଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଭାଇ ଶତ୍ରୁଘ୍ନ ପ୍ରଜାଙ୍କ ସହ ଭାଇ ରାମଚନ୍ଦ୍ରଙ୍କ ସ୍ବାଗତ କରୁଛନ୍ତି। ଅନ୍ୟ ହେଲିକପ୍ଟରରୁ ଲଗାତର ପୁଷ୍ପ ବର୍ଷା ହେଉଛି। ସେଠାରୁ ଶ୍ରୀରାମ ସୁସଜ୍ଜିତ ରଥରେ ମୁଖ୍ୟ କାର୍ଯ୍ୟକ୍ରମ ସ୍ଥଳକୁ ଆସୁଛନ୍ତି। ପରେ ବୈଦିକ ମନ୍ତ୍ର ଉଚ୍ଚାରଣ ସହ ଶ୍ରୀରାମଙ୍କ ରାଜ୍ୟାଭିଷେକ ହୋଇଥାଏ।

ସରାୟୁରେ ରାମଘାଟରେ ସରାୟୁ ଆଳତୀ ପରେ ବୈଦିକ ମନ୍ତ୍ର ମଧ୍ୟରେ ୫.୮୪ ଲକ୍ଷ ୫୭୨ ଦୀପ  ପ୍ରଜ୍ବଳନ ହୋଇଛି। ଯାହାକି ଏକ ରେକର୍ଡ। ଏହା ସହ ଆସନ୍ତା ବର୍ଷ ୭.୫୧ ଲକ୍ଷ ଦୀପ ପ୍ରଜ୍ବଳନ କରାଯିବ ବୋଲି ଯୋଗୀ ଆଦିତ୍ୟନାଥ ଘୋଷଣା ମଧ୍ୟ କରିଛନ୍ତି। ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ, ପର୍ଯ୍ୟଟନ ମନ୍ତ୍ରୀ ନୀଳକଣ୍ଠ ତିଓ୍ବାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

   Related Posts