ହନିମୁନରୁ ଫେରିବା ପରେ କାମକୁ ଫେରିଲେ ଦୀପିକା, ଆରମ୍ଭ ହେଲା ଛପାକର ଶୁଟିଂ, ମେଘ୍ନା ଗୁଲଜାର ସେଆର କରିଲେ ସେଟ୍‌ର ଫଟୋ

Published By : Prameya-News7 Bureau | February 14, 2019 IST

wp:heading {"level":5}
ନୂଆ ଦିଲ୍ଲୀ୧୪|୨: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ କିଛି ଦିନ ହେବ ଫିଲ୍ମି ଜଗତରୁ ଦୂରରେ ଥିଲେ। ବିବାହ ପୂର୍ବରୁ ଦୀପିକାଙ୍କୁ ପଦ୍ମାବତରେ ଦେଖିବାକୁ ମିଳିଥିଲା। ତା’ ପରେ ସେ ବିବାହ ପାଇଁ ବ୍ୟସ୍ତ ଥିଲେ। କିନ୍ତୁ ଏବେ ସେ ୱାର୍କ ଜୋନ୍‌କୁ ଫେରି ଆସିଲେଣି।
/wp:heading {"id":85173,"width":603,"height":325}
wp:heading {"level":5}
 ନିର୍ଦ୍ଦେଶକ ମେଘ୍ନା ଗୁଲଜାରଙ୍କ ସହ ଦୀପିକା ତାଙ୍କ ଆଗାମୀ ଚଳଚ୍ଚିତ୍ର ଛପାକର ଶୁଟିଂ ଆରମ୍ଭ କରିସାରିଛନ୍ତି। ଫିଲ୍ମ ଶୁଟିଂର ଗୋଟେ ଫଟୋ ଦେଖିବାକୁ ମିଳିଛି। ଫଳରେ ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିବା ସୂଚନା ମିଳିଛି। ମେଘ୍ନା ଗୁଲଜାର ଫିଲ୍ମର ଫଟୋ ଇଣଷ୍ଟାଗ୍ରାମ ଆକାଉଣ୍ଟରେ ସେଆର କରିଛନ୍ତି। ଏହି ଫଟୋ ଭାଇରାଲ ହେବାରେ ଲାଗିଛି।
/wp:heading {"id":85174,"width":593,"height":445}
wp:heading {"level":5}
 ଫଟୋରେ ହଳଦୀଆ ରଂଗର ଓଢଣୀର ଗୋଟେ ପାର୍ଶ୍ୱରେ ଏସିଡ ଜଳିବାର ଚିହ୍ନ ସାମ୍ନାକୁ ଆସିଛି। ଫଟୋ ସହ ମେଘ୍ନା କ୍ୟାପସନ ମଧ୍ୟ ଦେଇଛନ୍ତି। ସେ ଲେଖିଛନ୍ତି ଯେ “prep, #chhapaak” ।
/wp:heading {"id":85175,"width":592,"height":321}

ଫିଲ୍ମରେ ଦୀପିକା ଏସିଡ୍‌ ଆଟାକ୍‌ ପିଡୀତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଭୂମିକାରେ ଅଭିନୟ କରୁଛନ୍ତି।  ଦୀପିକାଙ୍କ କ୍ୟାରିଅରରେ ସବୁଠୁ କଷ୍ଟ ଚଳଚ୍ଚିତ୍ର ହେଉଛି ଛପାକ୍‌। ଏହି ଚଲଚ୍ଚିତ୍ରରେ ଦୀପିକାଙ୍କୁ ଅଲଗା ଚେହେରାରେ ଦେଖିବାକୁ ମିଳିବ, ଯାହା ଦର୍ଶକ କେବେ ଭାବିନଥିବେ। ସୌନ୍ଦରୀ ହେବାର ପରିଣାମ ଓ ଦଣ୍ଡ ବିଷୟରେ ଫିଲ୍ମରେ ଦୀପିକା କହିଛନ୍ତି।

wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.