ଦୀପିକା କହିଲେ ଏହିଭଳି ଲୋକଙ୍କ ସହ ଫିଲ୍ମ କରିବେ ନାହିଁ, ସେ କିଏ ଜାଣନ୍ତୁ

Published By : Prameya-News7 Bureau | August 18, 2019 IST

ମୁମ୍ବାଇ୧୮|୮: କୁହାଯାଉଛି ଯେ କିଛି ଦିନ ମଧ୍ୟରେ ଦୀପିକା ପାଦୁକୋନ ଲଭ ରୋମାନ୍ସ ଫିଲ୍ମରେ ନଜରେ ଆସିବେ। କିନ୍ତୁ ଦୀପିକା ଲଭ୍‌ ରୋମାନ୍ସ ଫିଲ୍ମରେ ନଜର ଆସିବେ ନାହିଁ ବୋଲି ସଫା ସଫା ମନା କରି ଦେଇଛନ୍ତି। ଲଭ ରଞ୍ଜନଙ୍କ ସହ ଫିଲ୍ମ କରିବେ ନାହିଁ ବୋଲି ସେ ମନା କରିଛନ୍ତି। ସାକ୍ଷାତାକାର ସମୟରେ ଦୀପିକା କହିଛନ୍ତି ଯେ , ଅଭିନେତ୍ରୀଙ୍କ ସହ ଲଭ ରଞ୍ଜନ ଖରାପ ବ୍ୟବହାର କରନ୍ତି। କିଛି ଦିନ ତଳେ ଅଭିନେତ୍ରୀଙ୍କୁ ଖରାପ ବ୍ୟବହାର ଦେଖାଇଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା।

ଦୀପିକାଙ୍କୁ ପଚାର ଯାଇଥିଲା ଯେ. ଯାହାଙ୍କ ଉପରେ ଯୌନ ନିର୍ଯାତନା ଭଳି ଅଭିଯୋଗ ଅଛି ତାଙ୍କ ସହ କାମ କରିବାକୁ ଚାହୁଁଛନ୍ତି କି? ଉତ୍ତରରେ ଦୀପିକା କହିଥିଲେ ଯେ, ଏହଭଳି ଲୋକଙ୍କ ସହ ସେ ଫିଲ୍ମ କରିବେ ନାହିଁ ବୋଲି ସଫା ସଫା ମନା କରି ଦେଇଥିଲେ।

ଲଭ ରଞ୍ଜନଙ୍କ ଘର ସାମ୍ନାରେ ଦୀପିକା ଓ ରଣବୀରଙ୍କୁ ଦେଖିବାକୁ ମିଳିଥିଲ। ଏଥିରୁ ଅନୁମାନ କରାଯାଉଥିଲା ଯେ, ଲଭ ରଞ୍ଜନଙ୍କ ଆଗାମୀ ଫିଲ୍ମରେ ଉଭୟ କାମ କରିପାରନ୍ତି। ସୋସିଆଲ ମିଡିଆରେ ଏହି ଚର୍ଚ୍ଚା ହେବା ପରେ ଦୀପିକାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଥିଲେ। ଦୀପିକା କହିଛନ୍ତି ଯେ , ତାଙ୍କ ପ୍ରଶସଂକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଲଭ ରଞ୍ଜନଙ୍କ ଫିଲ୍ମରେ କାମ କରିବେ ନାହିଁ ବୋଲି ସେ ନିଷ୍ପତ୍ତି ନେଇଛନ୍ତି।

ବର୍ତ୍ତମାନ ଲଣ୍ଡନରେ ଫିଲ୍ମ ୮୩ ର ସୁଟିଂ ଦୀପିକା ବ୍ୟସ୍ଥ ଅଛନ୍ତି। ୧୯୮୩ ମସିହାରେ ଭାରତ ବିଶ୍ବକପ ହାସଲ କରିଥିଲା। ଏହି କାହାଣୀ ଉପରେ ଫିଲ୍ମ ୮୩ ଟି ଆଧାରିତ । ପୂର୍ବତନ ଅଧିନାୟକ କପିଲ ଦେବଙ୍କ ପତ୍ନୀ ଭୂମିକାରେ ଦୀପିକା ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.