Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ରେଷ୍ଟୁରାଣ୍ଟ ବାହାରେ ଦୀପିକାଙ୍କ ପାଇଁ ‘ଟିସୁ ହୋଇଲା ଇସୁ’, ଭିଡ ମଧ୍ୟରେ ଅଭିନେତ୍ରୀଙ୍କ ପର୍ସ ଟାଣିବାକୁ ଚେଷ୍ଟା କଲେ ମହିଳା

26/02/2021 at 2:48 PM

ମୁମ୍ବାଇ ୨୬/୦୨: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ବୁଧବାର ରାତିରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ ନଜର ଆସିଥିଲେ । ଏହି ସମୟରେ ଦୀପିକା ତାଙ୍କ ଫ୍ୟାନ୍ସମାନଙ୍କ ଭିଡ ମଧ୍ୟରେ ଏମିତି ଫସି ଯାଇଥିଲେ, ତାଙ୍କୁ ସେଠାରୁ ବାହାରିବା କଷ୍ଟକର ହୋଇପଡିଥିଲା ।

ଦୀପିକା ପାଦୁକୋନ୍ ଏକ ରେଷ୍ଟୁରାଣ୍ଟକୁ ଡିନର୍ ପାଇଁ ଯାଇଥିଲେ । ଯେତେବେଳେ ସେ ରେଷ୍ଟୁରାଣ୍ଟରୁ ବାହାରକୁ ଆସିଥିଲେ ସେତେବେଳେ ତାଙ୍କୁ ଫ୍ୟାନ୍ସମାନେ ଘେରି ଯାଇଥିଲେ । ଭିଡ ମଧ୍ୟରେ କେହି ତାଙ୍କୁ ସେଲଫି ନାବେକୁ କହୁଥିବା ବେଳେ ଠେଲାପେଲା ମଧ୍ୟ କରୁଥିଲେ ।

Deepika Padukone Photo Gallery From Vogue - Deepika Padukone In Sunglasses  - 1920x1440 - Download HD Wallpaper - WallpaperTip

ଏହି ସମୟ ମଧ୍ୟରେ ଜଣେ ଟିସୁ ପେପର ବିକ୍ରି କରୁଥିବା ମହିଳା ପହଞ୍ଚି ଦୀପିକାଙ୍କୁ ଟିସୁ ପେପର କିଣିବାକୁ କହିଥିଲେ । କୁହାଯାଉଛି ଟିସୁ ପେପର ବାହାନାରେ ସେ ଦୀପିକାଙ୍କ ପାଖକୁ ଯାଇ ତାଙ୍କ ପର୍ସ ଟାଣିବାକୁ ଚେଷ୍ଟା କରୁଥିଲେ ଏବଂ ଦୀପିକା ତାଙ୍କ ପର୍ସକୁ ଭିଡି ଧରିଥିଲେ । ଅଭିନେତ୍ରୀଙ୍କ ଗାଡି ରେଷ୍ଟୁରାଣ୍ଟର ସାମ୍ନାରେ ଥିଲେ ମଧ୍ୟ ତାଙ୍କୁ ଗାଡି ପାଖରେ ପହଞ୍ଚିବା କଷ୍ଟକର ହୋଇ ପଡିଥିଲା । ଘଟଣା ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ୱାର୍କଫ୍ରଣ୍ଟ କଥା ଯଦି କୁହାଯାଏ, ତେବେ ଦୀପିକା ଫିଲ୍ମ ‘83’ ରେ  ରଣବୀର ସିଂଙ୍କ ସହିତ ନଜର ଆସିବେ । ବିବାହ ପରେ କପଲଙ୍କର ଏହା ହେଉଛି ପ୍ରଥମ ଫିଲ୍ମ । ଏହି ଫିଲ୍ମରେ ତାଙ୍କ ସହିତ ଅନନ୍ୟା ପାଣ୍ଡେ ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ମଧ୍ୟ ନଜର ଆସିବେ । ଦୀପିକା ଶାହାରୁଖ ଖାନଙ୍କ ସହିତ ‘ପଠାନ’ ଏବଂ ହ୍ରିତୀକଙ୍କ ସହିତ ‘ଫାଇଟର’ରେ ଦେଖାଯିବେ ।

   Related Posts