କରୋନାରୁ ସୁସ୍ଥ ହୋଇ ମୁମ୍ବାଇ ଫେରିଲେ ଦୀପିକା, ସ୍ୱାମୀ ରଣବୀରଙ୍କ ସହ ନଜର ଆସିଲେ ଅଭିନେତ୍ରୀ

Published By : Prameya-News7 Bureau | May 24, 2021 IST

ନୂଆଦିଲ୍ଲୀ ୨୪/୦୫: ଦେଶରେ ବଢୁଥିବା କରୋନା ମାମଲା ମଧ୍ୟରେ ମେ ମାସ ଆରମ୍ଭରେ ଅଭିନେତ୍ରୀ ଦୀପିକା ପାଦୁକୋନ କରୋନା ସଂକ୍ରମିତ ହୋଇଥିଲେ । ଅଭିନେତ୍ରୀ ବାଙ୍ଗାଲୋରରେ ତାଙ୍କ ଘରକୁ ଯିବା ପରେ ତାଙ୍କ ବାପା ପ୍ରକାଶ ପାଦୁକୋନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ମଧ୍ୟ ଆସିଥିଲା। ତେବେ ଉଭୟ ଦୀପିକା ଏବଂ ରଣଭୀର ଏ ବିଷୟରେ କିଛି କହିନାହାଁନ୍ତି। ଏବେ ଜଣା ପଡିଛି ଯେ ଦୀପିକା କରୋନାରୁ ସୁସ୍ଥ ହୋଇଯାଇଛନ୍ତି । ନିକଟରେ ସେ ତାଙ୍କ ସ୍ୱାମୀ ରଣଭୀର ସିଂଙ୍କ ସହ ନଜର ଆସିଛନ୍ତି।

wp:html
/wp:html

ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ଏପ୍ରିଲରେ ବେଙ୍ଗାଲୁରୁ ଯାଇଥିଲେ। ଯେଉଁଠାରେ ସେ ତାଙ୍କ ବାପା-ମା ଏବଂ ଭଉଣୀ ସହିତ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରିବାପାଇଁ ପହଞ୍ଚିଥିଲେ । ଏଥି ସହିତ ଦୀପିକା ନିକଟରେ ମୁମ୍ବାଇ ଫେରିଛନ୍ତି ଏବଂ ତାଙ୍କ ସ୍ୱାମୀ ରଣଭୀର ସିଂ ମଧ୍ୟ ନଜର ଆସିଥିଲେ। ଦୀପିକା ଏବଂ ରଣଭୀର ମୁମ୍ବାଇ ବିମାନବନ୍ଦରରୁ ବାହାରିଥିବା ସମୟରେ ଦେଖାଯାଇଥିଲେ। ଏହି ସମୟରେ ଦୁହେଁ ବ୍ଲାକ୍ ଆଉଟଫିଟରେ ଥିଲେ । ଏହି ଦମ୍ପତି ମିଡିଆ ସାମ୍ନାରେ ହାତ ଧରିଥିବାର ନଜର ଆସିଥିଲେ ।

ଏହି ମାସ ଆରମ୍ଭରେ ଦୀପିକା ପାଦୁକୋନଙ୍କ ବାପା କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ସେ ସୁସ୍ଥ ହୋଇଯାଇଛନ୍ତି । ଦୀପିକା କରୋନା ପଜିଟିଭ୍ ହେବା ପରେ ହୋମ୍ ଆଇସୋଲେସନରେ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.